www.samajalive.in
Friday, December 12, 2025
15.1 C
Bhubaneswar

‘ନେହେରୁ ମ୍ୟୁଜିୟମ’ ହେଲା ‘ପ୍ରାଇମ୍‌ ମିନିଷ୍ଟର୍ସ ମ୍ୟୁଜିୟମ’

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରାଜଧାନୀ ଦିଲ୍ଲୀର ତିନ୍‌ ମୂର୍ତ୍ତି ଭବନ ପରିସରରେ ଅବସ୍ଥିତ ଐତିହାସିକ ‘ନେ​‌େ​‌ହରୁ ମେମୋରିଆଲ ମ୍ୟୁଜିୟମ୍‌ ଓ ଲାଇବ୍ରେରୀ ସୋସାଇଟି’ର ନାମ ପରିବର୍ତ୍ତନ କରିଛନ୍ତି। ଏହାର ନୂଆ ନାମ ‘ପ୍ରାଇମ୍‌ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ସୋସାଇଟି’ ରଖାଯାଇଛି। ଏହି ନାମ ପରିବର୍ତ୍ତନ ପ୍ରକ୍ରିୟା ପ୍ରାୟ ବର୍ଷେ ଧରି ଜାରି ରହିଥିଲାବେଳେ ଶୁକ୍ରବାର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି। ପ୍ରାୟ ବର୍ଷକ ପୂର୍ବେ ତିନ୍‌ ମୂର୍ତ୍ତି ଭବନ ପରିସରରେ ଥିବା ପ୍ରଥମ ପ୍ରଧାନମନ୍ତ୍ରୀ ନେ​‌େ​‌ହରୁଙ୍କ ସରକାରୀ ବାସଭବନକୁ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ପରିଣତ କରାଯାଇଥିଲା। ସେବେଠାରୁ ନେହେରୁ ମେମୋରିଆଲ ମ୍ୟୁଜିୟମର ପରିବର୍ତ୍ତନ ସମ୍ପର୍କରେ ଆଭାସ ମିଳିଥିଲା। ଉକ୍ତ ମେମୋରିଆଲ ମ୍ୟୁଜିୟମ୍‌ର ଉପସଭାପତି ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଉକ୍ତ ନାମ ପରିବର୍ତ୍ତନକୁ ସ୍ବାଗତ କରାଯାଇଛି। ଏଣିକି ଏଠାରେ ନେହେରୁଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନ ପ୍ରଦର୍ଶନ ହେବ ବୋଲି ରାଜନାଥ କହିଛନ୍ତି। ପ୍ରଧାନମନ୍ତ୍ରୀ ପଦ ଏକ ପ୍ରତିଷ୍ଠାନ। ପ୍ରଧାନମନ୍ତ୍ରୀମାନଙ୍କର କାର୍ଯ୍ୟଧାରା ଇନ୍ଦ୍ରଧନୁର ସପ୍ତରଙ୍ଗ ଭଳି। ସମସ୍ତ ରଙ୍ଗ ଉପଯୁକ୍ତ ଭାବେ ଦେଶବାସୀଙ୍କ ସମ୍ମୁଖରେ ସ୍ଥାନ ପାଇବା ଆବଶ୍ୟକ। ଗଣତାନ୍ତ୍ରିକ ଉପାୟରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ସ୍ଥାନ ଦେବା ପାଇଁ ମୋଦୀ ସରକାର ନିଷ୍ପତ୍ତି ନେଇଥିଲେ ଏବଂ ଏହା ସାକାର ହୋଇଛି ବୋଲି ରାଜନାଥ କହିଛନ୍ତି।
କେନ୍ଦ୍ରର ଏହି ନାମ ପରିବର୍ତ୍ତନ ନିଷ୍ପତ୍ତିକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ବିଜେପି ସରକାରଙ୍କର ଏହା ଅତି ହୀନ କାର୍ଯ୍ୟ। ଏପରି ନୀଚ, ପ୍ରତିହିଂସା ପରାୟଣ ମାନସିକତା ପ୍ରଚଳିତ ପରମ୍ପରାକୁ ଲିଭାଇପାରିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଏପରି ହୀନ ଓ ପ୍ରତିହିଂସା ପରାୟଣତାର ଅନ୍ୟନାମ ମୋଦୀ। ଦୀର୍ଘ ୫୯ ବର୍ଷ ଧରି ରହିଆସିଥିବା ନେହେରୁ ମେମୋରିଆଲ ମ୍ୟୁଜିୟମ ହେଉଛି ଏକ ବିଶ୍ବସ୍ତରୀୟ ବୌଦ୍ଧିକ ଐତିହ୍ୟ ସ୍ଥଳ ତଥା ଦୁର୍ମୂଲ୍ୟ ପୁସ୍ତକ ଓ ଅଭିଲେଖର ଅପୂର୍ବ ଭଣ୍ଡାର। ପ୍ରଧାନମନ୍ତ୍ରୀ ମୋଦୀ ଦେଶ ନିର୍ମାତାମାନଙ୍କ ଐତିହ୍ୟକୁ ତୁଚ୍ଛ ମନେ କରିବା, ଧ୍ବଂସ କରିବା, ବିକୃତ କରିବା ଦ୍ବାରା ନିଜ ଅସୁରକ୍ଷିତ ମାନସିକତାର ପରିଚୟ ଦେଉଛନ୍ତି। ଏପରି ମାନସିକତାରେ ଭାରାକ୍ରାନ୍ତ ମୋଦୀ ନିଜକୁ ଆତ୍ମଘୋଷିତ ବିଶ୍ବଗୁରୁର ପରିଚୟ ଦେବା ଲଜ୍ଜାଜନକ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ, ମନୀଷ ତିୱାରୀ ପ୍ରମୁଖ କହିଛନ୍ତି ଯେ ନେହେରୁଙ୍କ ଆଦର୍ଶ ଏହାଦ୍ବାରା ଲୋପ ପାଇଯିବ ନାହିଁ। ଖଡ଼ଗେ କହିଛନ୍ତି ଯେ ଯେଉଁମାନଙ୍କର ନିଜସ୍ବ କିଛି ଇତିହାସ ନାହିଁ ସେହିମାନେ ହିଁ ଅନ୍ୟର ଇତିହାସ ଲିଭାଇବା ଉଦ୍ୟମ କରନ୍ତି। ଯେଉଁମାନେ ନେହେରୁଙ୍କୁ ଇତିହାସ ପୃଷ୍ଠାରୁ ଲିଭାଇବା ଉଦ୍ୟମ କରୁଛନ୍ତି ସେମାନେ ନିଶ୍ଚୟ ‘ଡିସ୍କଭରୀ ଅଫ ଇଣ୍ଡିଆ’ ଓ ‘ଗ୍ଲିମ୍ପ୍‌ସେସ୍‌ ଅଫ ୱର୍ଲଡ ହିଷ୍ଟ୍ରି’ ପୁସ୍ତକ ଅଧ୍ୟୟନ କରିବା ସହ ଆଧୁନିକ ଭାରତ ଗଠନରେ ତାଙ୍କର ଅବଦାନକୁ ସ୍ମରଣ କରିବେ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି। ଏହାର ଜବାବରେ ବିଜେପି ପକ୍ଷରୁ କୁହାଯାଇଛି ଯେ କଂଗ୍ରେସକୁ ଭଳ ଦେଖାଯାଉ ନାହିଁ। ଏହାର ନେତାମାନେ ‘ମୋତିଆବିନ୍ଦୁ ଭଳି ମୋଦିଆବିନ୍ଦୁ’ ରୋଗରେ ପୀଡ଼ିତ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଘୃଣଶ ଭାବରେ ସେମାନେ ଅନ୍ଧ ପାଲଟି ଯାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories