www.samajalive.in
Friday, December 12, 2025
15.1 C
Bhubaneswar

ଆଦିପୁରୁଷ ଚଳଚ୍ଚିତ୍ର ବିରୋଧରେ ମାମଲା

ନୂଆଦିଲ୍ଲୀ : ଆଦିପୁରୁଷ ଚଳଚ୍ଚିତ୍ର ବିରୋଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ପ୍ରଭାସ ଓ କୀର୍ତ୍ତି ସାନନ୍ ଅଭିନୀତ ଏହି ଚଳଚ୍ଚିତ୍ରରେ ହିନ୍ଦୁ ସମ୍ପ୍ରଦାୟର ଭାବାବେଗକୁ କ୍ଷୁଣ୍ଣ କରାଯାଇଥିବା ଅଭିଯୋଗ ଆଣି ଏହି ମାମଲା ରୁଜୁ କରାଯାଇଛି।
ହିନ୍ଦୁ ସେନାର ରାଷ୍ଟ୍ରୀୟ ସଭାପତି ବିଷ୍ଣୁ ଗୁପ୍ତା ଏହି ମାମଲା ରୁଜୁ କରିଥିବା ବେଳେ ଚଳଚ୍ଚିତ୍ରରେ ରାମାୟଣ, ପ୍ରଭୁ ରାମଚନ୍ଦ୍ର ଓ ହିନ୍ଦୁ ସଂସ୍କୃତିକୁ ବିକୃତ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି। ରାମଚନ୍ଦ୍ର, ସୀତା, ହନୁମାନ ଓ ରାବଣଙ୍କ ସମ୍ପର୍କରେ ଚଳଚ୍ଚିତ୍ରରେ ଯେଉଁ ବିବରଣୀ ପ୍ରଦାନ କରାଯାଇଛି ତାହା ଭ୍ରମାତ୍ମକ ହୋଇଥିବାରୁ ସେହି ତ୍ରୁଟିଗୁଡ଼ିକୁ ସୁଧାରିବା କିମ୍ବା ଚଳଚ୍ଚିତ୍ରରୁ ବାଦ୍‌ ଦେବାକୁ ଆବେଦନରେ ଦର୍ଶାଯାଇଛି। ମହର୍ଷି ବାଲ୍ମିକୀଙ୍କ ରାମାୟଣ ଓ ସନ୍ଥ ତୁଳସୀ ଦାସଙ୍କ ରାମରଚିତମାନସରେ ଯେଉଁ ବିବରଣୀ ରହିଛି ଆଦିପୁରୁଷ ଚଳଚ୍ଚିତ୍ରରେ ସେଗୁଡ଼ିକୁ ବିକୃତ କରାଯାଇଥିବା ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି। ସେହିପରି ଆଦିପୁରୁଷ ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିଥିବା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ବେଶଭୂଷାକୁ ନେଇ ପ୍ରଶ୍ନ ଉଠିଛି। ଆଦିପୁରୁଷ ଚଳଚ୍ଚିତ୍ରରେ ରାମାୟଣ ସମ୍ପର୍କରେ ଠିକ୍‌ ତଥ୍ୟ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories