www.samajalive.in
Friday, December 12, 2025
14.1 C
Bhubaneswar

ରଜ ଉପଲକ୍ଷେ ସ୍ୱରୂପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

କେନ୍ଦୁଝରଗଡ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱରୂପ ପକ୍ଷରୁ ହରିଚନ୍ଦନପୁର ବ୍ଲକ ତମ୍ବାହରା ଗ୍ରାମରେ ରଜ ଉପଲକ୍ଷେ ଗ୍ରାମୀଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତମ୍ବାହରା ହାଇସ୍କୁଲ ଶିକ୍ଷକ ଲକ୍ଷବଚ୍ଚ କୁମାର ମହାନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଏକତା ଓ ଭାଇଚାରା ସୃଷ୍ଟି କରିବାରେ ଏକ ବଳିଷ୍ଠ ମାଧ୍ୟମ ବୋଲି ଦର୍ଶାଇବା ସହିତ ତୃଣମୂଳସ୍ତରରୁ କଳାକାର ଚିହ୍ନଟ କରିବାର  ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଏତଦ୍ବ୍ୟତୀତ ଗାଁ ଗହଳିରେ ଲୁଚି ଯାଉଥିବା ବିଭିନ୍ନ ଲୋକକଳା ଓ ଲୋକନୃତ୍ୟକୁ ପୁନଃରୁଦ୍ଧାର କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ, ସମ୍ବଲପୁରୀ ନୃତ୍ୟ, ସାଦ୍ରି, ସାନ୍ତାଳି, ଓଡିଶୀ ଏବଂ ଝୁମର ଇତ୍ୟାଦି ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଷ୍ଟର ବିଜୟ କୁମାର ପାତ୍ର, ଲୁଲୁ ମହାନ୍ତ, ଚକ୍ରଧର ପାତ୍ର, ଯାଜ୍ଞସେନୀ ମହାନ୍ତ, ଟାଙ୍ଗରବାହାଳିର ଲକ୍ଷ୍ମୀପ୍ରିୟା ସାହୁ, ଶାଳପଶିର ଗୀତା, ସତ୍ୟଭାମା, ସୁକୁମତୀ ଓ ତାଙ୍କ ଦଳ ଉତ୍କୃଷ୍ଠ ନୃତ୍ୟ ପରିବେଷଣ ପାଇଁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଲକ୍ଷ୍ମୀଧର ପାତ୍ର ସଭାପତିତ୍ୱ କରିଥିବାବେଳେ ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ସଭ୍ୟ ମଦନ ମୋହନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏତଦ୍ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ବିସ୍କର ମୁଣ୍ଡା, କ୍ଷମାଞ୍ଜଳୀ ପାତ୍ର, ଶ୍ରୀଧର ମହାନ୍ତ, କ୍ଷେତ୍ରବାସୀ ମହାନ୍ତ, ତରଣୀସେନ ମୁଣ୍ଡା, ଟୁକୁ ମୁଣ୍ଡା ଓ ସତ୍ୟବାନ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories