www.samajalive.in
Tuesday, December 9, 2025
15.1 C
Bhubaneswar

ସମ୍ବଲପୁର ପାନ୍ଥନିବାସରେ ରଜ ଉତ୍ସବ 

ସମ୍ବଲପୁର  : ଓଡିଶାର ସଂସ୍କୃତି ଓ ପର୍ବପର୍ବାଣିକୁ ପ୍ରୋତ୍ସାହନ ଦେବା ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ୨୦୧୦ ମସିହାରୁ ପ୍ରତି ବର୍ଷ ରାଜ୍ୟରେ ଥିବା ପାନ୍ଥନିବାସ ଗୁଡିକରେ ରଜ ପର୍ବ ପାଳନ କରାଯାଉଛି। ଏହି କ୍ରମରେ ସମ୍ବଲପୁର ପାନ୍ଥ ନିବାସ ଠାରେ ଚଳିତ ବର୍ଷର ରଜ ଉତ୍ସବ ବୁଧବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ଏହି ଉତ୍ସବରେ ବନ ବିଭାଗ (କେନ୍ଦୁପତ୍ର) ର ଡିଏଫଓ ନିବେଦିତା ଦାସ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ରୂପେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପିଏନବିର ସାର୍କିଲ ମୁଖ୍ୟ ଅଜିତ ମେହେର, ପର୍ଯ୍ୟଟନ ଅଧିକାରୀ ହେମନ୍ତ କୁମାର ପ୍ରଧାନ ଓ ସୁବ୍ରତ ନାୟକ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମାନେ ଏହି ପରମ୍ପରାକୁ ପାଳନ କରିବା ସହିତ ରାଜ୍ୟ ସରକାର କିଭଳି ଭାବରେ ଜନତାଙ୍କ ଆମୋଦ ପ୍ରମୋଦର ସୁବ୍ୟବସ୍ଥା ସହିତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛନ୍ତି, ତାହା ଉପରେ ଆଲୋକପାତ କରିଥିଲେ। ଆଧୁନିକତା ମଧ୍ୟରେ ଗଣପର୍ବ ରଜ ଏହାର ମୌଳିକତା ବଜାୟ ରଖିବାରେ ସକ୍ଷମ ହୋଇଛି ବୋଲି ବକ୍ତାମାନେ ମତ ଦେଇଥିଲେ। ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତି ଦିନ ସନ୍ଧ୍ୟା ସାଢ଼େ ୫ଟା ରୁ ୮ଟା ପର୍ଯ୍ୟନ୍ତ ରଜ ପର୍ବ ସମ୍ବଲପୁର ସ୍ଥିତ ପାନ୍ଥନିବାସର ପ୍ରାଙ୍ଗଣରେ ପାଳନ କରାଯାଉଛି। ପରିଚାଳକ ସନ୍ତୋଷ ସାମନ୍ତରାୟ ସଂଯୋଜନାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ରଜ ପର୍ବ ପାଳନ ସମୟରେ ପୋଡ ପିଠା, ଆରିଶା ପିଠା, କାକରା, ମାଣ୍ଡିଆ ମଣ୍ଡା, ଚକୁଳି ପିଠା, ଆଳୁ ମଟର, ଲବଙ୍ଗଲତା, ଗଜା, ଦହି ବରା, ଗୁଲାବ ଜାମୁନ, ଆଳୁଚପ, ଘୁଘୁନି, ପାନ ଆଦି ପାରମ୍ପରିକ ପିଠା ଓ ଖାଦ୍ୟର ସୁବ୍ୟବସ୍ଥା କରାଯାଇଛି। ଏହା ପର୍ବ ପାଳନ ସମୟରେ ଜନସାଧାରଣ ରଜ ପିଠା ସହିତ ରଜ ଦୋଳିର ସୁବିଧା କରାଯାଇଥିବାରୁ ଜନତା ଉତ୍ସାହର ସହିତ ଏହାର ମଜା ନେଉଥିବାର ଦେଖାଯାଇଥିଲା। ଏଥି ସହ ପିଠା ଅନ ହ୍ୱୁଇଲ ମଧ୍ୟ ବ୍ୟବସ୍ଥା କରାଯାଇ ଧନୁପାଲି ଛକ, ଅଇଁଠାପାଲି ଛକ ଆଦି ସମେତ ସହରର ବିଭିନ୍ନ ପ୍ରମୁଖ ଛକ ଗୁଡିକରେ ରଜ ପିଠା ଓ ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟ ଉପଲବ୍ଧ କରାଯାଇଛି। ଉଦଘାଟନୀ ଉତ୍ସବ ଅବସରରେ ଅନେକ କୁନି ଝିଅ, ମହିଳା ମାନେ ରଜ ପିଠା, ରଜ ଦୋଳି ସହିତ କରାଯାଇଥିବା ସ୍ୱତନ୍ତ୍ର ସେଲଫି ପଏନ୍ଟରେ ମଜା ନେଉଥିବାର ଲକ୍ଷ୍ୟ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories