ହରଭଙ୍ଗା: ଡହ ଡହ ଗ୍ରୀଷ୍ମତାତି ସାଙ୍ଗକୁ ପ୍ରାୟତଃ ସବୁ ସ୍ଥାନରେ ପିଇବାପାଣି ସମସ୍ୟା ସାଧାରଣ ମଣିଷ ଜୀବନକୁ ଦହଗଞ୍ଜ କରି ପକାଇଲାଣି। ତାତିରୁ ତ୍ରାହି ମିଳୁନଥିବା ବେଳେ ପାଣି ସମସ୍ୟା ସାଙ୍ଗକୁ ବାରମ୍ବାର ବିଦ୍ୟୁତ୍କାଟ ପ୍ରଭାବରେ ମଣିଷ ତ୍ରାହି ତ୍ରାହି ଡାକିଲାଣି। ଲାଗାତର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭୂତଳଜଳ ହ୍ରାସ ପାଇବା ସହିତ ନଈ, ନାଳ, ବନ୍ଧ, ପୋଖରୀ ଭଳି ଜଳାଶୟ ସବୁ ଶୁଖିଲା ପଡ଼ିଲାଣି। ଏଭଳି ସମୟରେ ହରଭଙ୍ଗା ବ୍ଲକ ପୁରୁଣାକଟକ ପଂଚାୟତର ଉଦୟପୁର ଏବଂ ଗଣପତିନଗର ଭଳି ଦୁଇଟି ସ୍ଥାନରେ ଜଳ ସଙ୍କଟ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପଂଚାୟତର ସରପଞ୍ଚ ଅଶୋକ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଙ୍ଗଳବାର ଟ୍ୟାଙ୍କର ସାହାଯ୍ୟରେ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇଛି। ନିଅଣ୍ଟିଆ ସମୟରେ ସରପଞ୍ଚଙ୍କ ଏଭଳି ମହତ କାର୍ଯ୍ୟକୁ ଗାଁ ଲୋକେ ଧନ୍ୟବାଦ ଜଣାଇଛନ୍ତି। ଏଭଳି ଚିତ୍ରକୁ ଲକ୍ଷ୍ୟକଲେ ଚଳିତବର୍ଷ ଗ୍ରୀଷ୍ମପ୍ରବାହ ସବୁ ବର୍ଷର ରେକର୍ଡକୁ ଅତିକ୍ରମ କରିସାରିଥିବା ଅନୁମାନ କରିହେଉଛି।
Popular Categories



