www.samajalive.in
Friday, December 12, 2025
16.1 C
Bhubaneswar

କୋ-ୱିନ ଆପ୍‌ ତଥ୍ୟ ପ୍ରଘଟ : ଅଭିଯୋଗକୁ ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ : କରୋନା ଟିକାକରଣ ନିମନ୍ତେ କୋ-ୱିନ ଆପ୍ ମାଧ୍ୟମରେ ସରକାର ସଂଗ୍ରହ କରିଥିବା ବ୍ୟକ୍ତିଗତ ତଥ୍ୟ ଏବେ ସାଧାରଣରେ ପ୍ରଘଟ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ତୃଣମୂଳ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ପକ୍ଷରୁ ଏପରି ଅଭିଯୋଗ ହୋଇଛି। ତେବେ ବିରୋଧୀଙ୍କ ଏପରି ଅଭିଯୋଗକୁ​‌ କେନ୍ଦ୍ର ସରକାର ଖଣ୍ଡନ କରିବା ସହିତ କୋ-ୱିନ ଆପ୍‌ରେ ତଥ୍ୟ ସୁରକ୍ଷିତ ରହିଥିବା କହିଛନ୍ତି। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ କରୋନା ଟିକା ନେବା ନିମନ୍ତେ ଦେଶବାସୀ କୋୱିନ ଆପ୍‌ରେ ନାମ ପଞ୍ଜୀକରଣ କରାଇଥିଲେ। ନାମ ପଞ୍ଜୀକରଣ ଲାଗି ନାଗରିକମାନେ ସେମାନଙ୍କ ଆଧାର ନମ୍ବର, ମୋବାଇଲ ନମ୍ବର, ପାସପୋର୍ଟ, ଭୋଟର ଆଇଡି ଆଦି ତଥ୍ୟ ଏହି ଆପ୍‌ରେ ଅପଲୋଡ କରିଥିଲେ। ଆପ୍‌ରେ ଅପଲୋଡ ହୋଇଥିବା ନାଗରିକଙ୍କ ଏହି ବ୍ୟକ୍ତିଗତ ତଥ୍ୟ ଏବେ ପ୍ରଘଟ ହୋଇଛି। ଏହିସବୁ ତଥ୍ୟ ଇଣ୍ଟରନେଟ୍‌ରେ ମାଗଣାରେ ଉପଲବ୍ଧ ହେଉଛି। କଂଗ୍ରେସର ପ୍ରମୁଖ ନେତା ପି ଚିଦମ୍ବରମ୍, ଜୟରାମ ରମେଶ, କେସି ବେଣୁଗୋପାଳ, ଟିଏମ୍‌ସି ନେତା ଡେରେକ ଓବ୍ରାଏନ, ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ, ରାହୁଲ ଶିବଶଙ୍କର ଆଦି ବ୍ୟକ୍ତି ବିଶେଷଙ୍କ ତଥ୍ୟ ପ୍ରଘଟ ହୋଇଥିବା ନେଇ ତୃଣମୂଳ କଂଗ୍ରେସ ଦାବି କରିଛି।
ବିରୋଧୀଙ୍କ ଏପରି ଦାବିକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ସୂଚନା ପ୍ରଯୁକ୍ତି (ଆଇଟି) ମନ୍ତ୍ରଣାଳୟ ଖଣ୍ଡନ କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବିରୋଧୀଙ୍କ ଦାବି ମିଥ୍ୟା ଓ ଭିତ୍ତିହୀନ। କୋ-ୱିନ ଆପ୍ ସମ୍ପୂର୍ଣ୍ଣ ସୁରକ୍ଷିତ। ଆପ୍‌ର ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ଅନେକଗୁଡିକ ସୁରକ୍ଷା ପଦ୍ଧତି ଆପଣାଯାଇଛି। କେବଳ ଓଟିପି ମାଧ୍ୟମରେ ଆପ୍‌ର ତଥ୍ୟ ଉପଲବ୍ଧ ହେବ। ଅନ୍ୟପଟେ ଆଇଟି ମନ୍ତ୍ରଣାଳୟ କହିଛି ଯେ କୋ-ୱିନ ଆପ୍‌ର ତଥ୍ୟ ସିଧାସଳଖ ପ୍ରଘଟ ହୋଇ ନାହିଁ। ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ବିରୋଧୀଙ୍କ ଅଭିଯୋଗ ଉପରେ ସମୀକ୍ଷା କରାଯାଇଛି। ସମୀକ୍ଷାରୁ ଜଣାଯାଇଛି ଯେ ଆପ୍‌ର ତଥ୍ୟ ସିଧାସଳଖ ପ୍ରଘଟ ହୋଇ ନାହିଁ। ଟେଲିଗ୍ରାମ୍ ବୋଟ ମାଧ୍ୟମରେ ତଥ୍ୟକୁ ଚୋରି କରାଯାଇଛି। ତେବେ ହ୍ୟାକର୍ସମାନେ କହିଛନ୍ତି, ସେମାନେ ଆପ୍‌ରୁ ତଥ୍ୟକୁ ଚୋରି କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories