www.samajalive.in
Thursday, December 11, 2025
15.1 C
Bhubaneswar

ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ: ଗ୍ରାମ୍ୟ ଜଙ୍ଗଲରୁ ବେଆଇନ ମାଟି ଖନନ କାହା ସ୍ୱାର୍ଥରେ ?

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଶୁକପାଲ୍ଲୀ ଗ୍ରାମ୍ୟ ଜଙ୍ଗଲରୁ ବେଆଇନ ଭାବେ ଗଭୀର ମାଟି ଖନନ ଚାଲିଥିବା ଦେଖିବାକୁ ମିଳିଛି।ଏଭଳି ଗଭୀର ମାଟି ଖନନ କାହା ନିର୍ଦ୍ଦେଶରେ ଚାଲିଛି ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଏଭଳି ବେଆଇନ ମାଟି ଖନନ ଖବର ଖୋଦ୍‌‌ ଜଙ୍ଗଲ ବିଭାଗ କିମ୍ବା ରାଜସ୍ୱ ବିଭାଗ ପାଖରେ ନଥିବାବେଳେ ଗ୍ରାମ୍ୟ ଜଙ୍ଗଲରୁ ମାଟିଚୋରି କାହା ସ୍ୱାର୍ଥରେ ଚାଲିଛି ବୋଲି ପ୍ରଶ୍ନ ଉଙ୍କି ମାରିଛି।

ପ୍ରକାଶ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥଠାରୁ ତାକୁଡ ଭାୟା ମଧୁସୂଦନପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଠିକାସଂସ୍ଥା ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଜଙ୍ଗଲରୁ ଗଭୀର ମାଟି ଖନନ କରି ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି। କେଉଁ ନିୟମ ଆଧାରରେ ଠିକାସଂସ୍ଥା ଗ୍ରାମ୍ୟ ଜଙ୍ଗଲରୁ ଏଭଳି ବେଆଇନ ଗଭୀର ମାଟି ଖନନ କଲା ଏବଂ ତାକୁ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ଦିଗରେ ଉଭୟ ଜଙ୍ଗଲ ଓ ରାଜସ୍ୱ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି। ଏ ସମ୍ପର୍କରେ ପୁରୁଣାକଟକ ରାଜସ୍ୱ ନୀରିକ୍ଷକ ଲକ୍ଷ୍ମିପ୍ରିୟା ସାହୁଙ୍କୁ ପଚାରିବାରୁ ଗ୍ରାମ୍ୟଜଙ୍ଗଲରୁ ମାଟି ଖନନ ଅନୁମତି ଆମେ ଦେଇପାରିବୁ ନାହିଁ କି ଆମଠାରୁ ମାଟି ଖନନ ପାଇଁ କିଏ ଅନୁମତି ନେଇନଥିବା କହିଛନ୍ତି। ଏ ସମ୍ପର୍କରେ ପୁରୁଣାକଟକ ରେଞ୍ଜ ଅଫିସର ନିହାର ରଞ୍ଜନ ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାହା ସମ୍ଭବପର ନହେବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories