www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶା ଟି୨୦ ଲିଗ୍‌ରେ ୬ଟି ଦଳ, ୧୭ ଦିନରେ ୩୩ଟି ମ୍ୟାଚ୍‌

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ଦ୍ବାରା ଚଳିତମାସ ୧୨ରୁ ଟାଙ୍ଗୀର ଡ୍ରିମ୍‌ସ ଷ୍ଟାଡିୟମ୍‌ରେ ଓଡ଼ିଶା ଟ୍ବେଣ୍ଟି୨୦ କ୍ରିକେଟ୍‌ ଲିଗ୍‌ ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଚାଲିବ। ଟ୍ବେଣ୍ଟି ଫାର୍ଷ୍ଟ ସେଞ୍ଚୁରୀ ମିଡିଆ (ଟିସିଏମ୍‌) ଏହି ଲିଗ୍‌ର ମୁଖ୍ୟ ପ୍ରାୟୋଜକ ରହିଛି। ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗନେବେ। ଏଥିରେ ମୋଟ ୧୭ ଦିନରେ ୩୩ଟି ମ୍ୟାଚ୍‌ ଖେଳାଯିବ ବୋଲି ଶନିବାର ଓସିଏ ସମ୍ମିଳନୀ କକ୍ଷରେ ଓସିଏ ଓ ଟିସିଏମ୍‌ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଟିସିଏମ୍‌ ଓଡ଼ିଶା ଟି୨୦ କ୍ରିକେଟ୍‌ ଲିଗ୍‌ ଖେଳିବାକୁ ଥିବା ୬ଟି ଦଳର ଅଧିନାୟକ ଓ ପ୍ରଶିକ୍ଷକଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶା ଟାଇଗର୍ସର ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ପ୍ରଶିକ୍ଷକ ନଟରାଜ ବେହେରା, ଓଡ଼ିଶା ଲାୟନ୍‌ସର ଅଧିନାୟକ ବିପ୍ଳବ ସାମନ୍ତରାୟ ଓ ପ୍ରଶିକ୍ଷକ ସୁରେଶ କୁମାର, ଓଡ଼ିଶା ଚିତାଜ୍‌ର ଅଧିନାୟକ ସୂର୍ଯ୍ୟକାନ୍ତ ପ୍ରଧାନ ଓ ପ୍ରଶିକ୍ଷକ ଅବକାଶ ଖଟୁଆ, ଓଡ଼ିଶା ପାନ୍ଥର୍ସର ଅଧିନାୟକ ସନ୍ଦୀପ ପଟ୍ଟନାୟକ ଓ ପ୍ରଶିକ୍ଷକ ବସନ୍ତ ମହାନ୍ତି, ଓଡ଼ିଶା ପ୍ୟୁମାଜ୍‌ର ଅଧିନାୟକ ସ୍ବସ୍ତିକ ସାମଲ ଓ ପ୍ରଶିକ୍ଷକ ଦେବଦତ୍ତ ଲେଙ୍କା ଏବଂଓଡ଼ିଶା ଜାଗୁଆର୍ସ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ପ୍ରଶିକ୍ଷକ ଦୀପକ ବେହେରା ନିଯୁକ୍ତ ହୋଇଛନ୍ତି। ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ୨ ଥର ଲେଖାଏଁ; ମୋଟ ୧୦ଟି ମ୍ୟାଚ୍‌ ଖେଳିବେ। ପ୍ରତ୍ୟହ ୨ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ସକାଳ ୯ଟାରୁ ଏବଂ ୨ୟ ମ୍ୟାଚ୍ ଦିନ ୧ଟାରୁ ଆରମ୍ଭ ହେବ। ଜୁନ୍‌ ୧୨ରେ ଓଡ଼ିଶା ଟାଇଗର୍ସ ଓ ଓଡ଼ିଶା ଲାୟନ୍‌ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ଶ୍ରେଷ୍ଠ ୪ ଦଳ ୨୭ରେ ୨ଟି ସେମିଫାଇନାଲ ଖେଳିବେ। ୨୮ରେ ଫାଇନାଲ ଖେଳାଯିବ। ବାରବାଟୀ ଷ୍ଟାଡିୟମ୍‌ରେ ପଡ଼ିଆ କାର୍ଯ୍ୟ ଚାଲୁଥିବାରୁ ଓଡ଼ିଶା ଟି୨୦ ଲିଗ୍‌ ଡ୍ରିମ୍‌ସରେ ଖେଳାଯିବ। ‘ଫ୍ୟାନ୍‌କୋଡ୍‌’ ଆପ୍‌ ଓ ୱେବ୍‌ସାଇଟ୍‌ରେ ସମସ୍ତ ମ୍ୟାଚ୍‌ର ସିଧା ପ୍ରସାରଣ ହେବ। ସମସ୍ତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ୪୦୦୦ ଓ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ୨୦,୦୦୦ ଟଙ୍କା ପୁରସ୍କାର ପାଇବେ; ଯାହାର ପ୍ରାୟୋଜକ ହେଲେ ଏମ୍‌ଜିଏମ୍‌ ମିନେରାଲ୍‌ସ। ସର୍ବାଧିକ ରନ୍‌ ସ୍କୋରର ଲାଲ୍ ଓ ସର୍ବାଧିକ ୱିକେଟ ହାସଲକାରୀ ସବୁଜ ଟୋପି ପିନ୍ଧିବେ। ଏହି ଲିଗ୍‌ର ପ୍ରଦର୍ଶନ ଭିତ୍ତିରେ ଆନ୍ତଃରାଜ୍ୟ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ସୟଦ୍‌ ମୁସ୍ତାକ୍ ଅଲୀ ଟ୍ରଫି ପାଇଁ ଓଡ଼ିଶା ଦଳର ମନୋନୟନ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଓସିଏର ସିଇଓ ସୁବ୍ରତ କୁମାର ବେହେରା ଓ ଟିସିଏମ୍‌ ଅଧିକାରୀ କାବ୍ୟ କମଳଦୀପ ଉପସ୍ଥିତ ଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories