www.samajalive.in
Sunday, December 14, 2025
26.1 C
Bhubaneswar

ନିଖୋଜ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ତରଡିଙ୍ଗ୍ ପଞ୍ଚାୟତ ଅଧିନ ଗୌରାଙ୍ଗପୁର ଜଙ୍ଗଲ ଭିତରୁ ଜଣେ ବୃଦ୍ଧଙ୍କ ମୃତ ଦେହ ଶନିବାର ସନ୍ଧ୍ୟାର ଉଦ୍ଧାର କରାଯାଇଛି। ପ୍ରଥମେ ଆଠଗଡ଼ ପୋଲିସ ପକ୍ଷରୁ ଏହା ଏକ ଅଚିହ୍ନା ବୃଦ୍ଧଙ୍କ ମୃତ ଦେହ ବୋଲି କୁହାଯାଉଥିଲା। କିନ୍ତୁ ବୃଦ୍ଧଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମର ପରମାନନ୍ଦ ସ୍ଵାଇଁ ବୋଲି ଜଣାପଡିଛି। ସାମାନ୍ୟ ମାନସିକ ବିକୃତି ଥିବା ପରମାନନ୍ଦ ଗତ ତିନି ଦିନ ହେବ ନିଖୋଜ ଥିଲେ। ଏ ସମ୍ପର୍କରେ ତିଗିରିଆ ଥାନାରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡିଛି। ପରମାନନ୍ଦଙ୍କ ଶବ ପଡ଼ିଥିବା ସ୍ଥାନରେ ଗତକାଲିଠାରୁ ଦୁଇଟି ଦନ୍ତାହାତୀଙ୍କୁ ଚଳପ୍ରଚଳ କରୁଥିବା ସ୍ଥାନୀୟ ଲୋକମାନେ ଦେଖିଥିବା କହିଛନ୍ତି। ଏମିତି କି ହାତୀ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେଣୁ ହାତୀ ଆକ୍ରମଣରେ ପରମାନନ୍ଦଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କର ମୃତଦେହ ଜଙ୍ଗଲ ଭିତରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ଆଠଗଡ଼ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଡ଼ାକ୍ତରଖାନାକୁ ଆଣିଥିଲେ। ତେବେ ବୃଦ୍ଧଙ୍କ ପରିଚୟ ମିଳିବା ପରେ ସମସ୍ତ ଔପଚାରିକତା ଶେଷ କରି ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ଉପନିରୀକ୍ଷକ ବିଶ୍ଵଜିତ ଜେନା ସୂଚନା ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories