www.samajalive.in
Thursday, December 11, 2025
18.1 C
Bhubaneswar

ମାଟିତଳୁ ଅଷ୍ଟଧାତୁ ଲକ୍ଷ୍ମୀନୃସିଂହ ପ୍ରତିମୂର୍ତ୍ତି ଉଦ୍ଧାର, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି

ଗଞ୍ଜାମ : ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ବଡ଼ ସାହିର ଗ୍ରାମର ରବୀନ୍ଦ୍ର ପଟ୍ଟନାୟକଙ୍କ ଘରର ମାଟି ତଳୁ ଶନିବାର ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର ହୋଇଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ଅଞ୍ଚଳରୁ ଭକ୍ତ ମାନେ ଦର୍ଶନ ପାଇଁ ଭିଡ଼ ହୋଇଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ ଯେ ରବୀନ୍ଦ୍ରଙ୍କ ଭାଇ ସୁରେନ୍ଦ୍ର ପଟ୍ଟନାୟକଙ୍କୁ ସ୍ୱପ୍ନାଦେଶ ହେବା ପରେ ଶନିବାରଦିନ ମାଟି ଖୋଳା ଯାଇଥିଲା। ପ୍ରାୟ ଛଅ ଫୁଟ ଗଭୀର ମାଟି ଖୋଳିବା ପରେ ଶବ୍ଦ ହୋଇଥିଲା। ଏହାପରେ ଶାବଳରେ ପଇତା ସୁତା ବାନ୍ଧି ଖୋଲିବାରେ ସୂତାରେ ଲାଗି ପ୍ରଥମେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଥିଲା ଏବଂ ପରେ ପୁଣି ତାହା କରିବାରେ ଲକ୍ଷ୍ମୀ ନୃସିଂହଙ୍କ ଯୁଗଳ ପ୍ରତିମୂର୍ତ୍ତି ମଧ୍ୟ ମିଳିଥିଲା। ପଟ୍ଟନାୟକ ପରିବାର ପକ୍ଷରୁ କ୍ଷୀରରେ ମୂର୍ତ୍ତିକୁ ଧୋଇବା ପରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଠାକୁରଙ୍କ ଦର୍ଶନ ନିମନ୍ତେ ଲୋକଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । କେଉଁ ଆବାହନ କାଳରୁ ତଥା ପୁର୍ବlପୁରୁଷରୁ ତାଙ୍କ ପରିବାର ନୃସିଂହଙ୍କ ପୂଜା କରି ଆସୁଥିଲେ ।

- Advertisement -

କାଳକ୍ରମେ ପରିବାର ଅଲଗା ହେବା ପରେ ପୂଜାପୁଜି ବନ୍ଦ ହୋଇଯାଇଥିବା ଆଲୋଚନା ହେଉଛି । ମିଳିଥିବା ସୂଚନା ଅନୁଯାଇ ରବୀନ୍ଦ୍ରଙ୍କ ସାନ ଭାଇ ସୁରେନ୍ଦ୍ରଙ୍କୁ ଗତ କିଛି ତଳେ ଠାକୁରଙ୍କ ମୃତ୍ତି ଘରେ ଥିବା ଏବଂ ପୂଜାର୍ଚ୍ଚନା କରାଯାଉନଥିବା ସ୍ବପ୍ନ ହୋଇଥିଲା। ସ୍ବପ୍ନ ହେବା ପରେ ସେ ଦେବସ୍ନାନ ପୂର୍ଣ୍ଣିମା ଦିନ ପୁରୀ ଯାଇ ସେଠାରେ ତାଙ୍କର ଜଣେ ସମ୍ପର୍କୀୟ ତଥା ସାଧକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସମସ୍ତ ଭାଇ ମାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରି ଶନିବାର ମାଟି ଖୋଳା ଯାଇ ଠାକୁରଙ୍କ ପ୍ରତିମୂର୍ତ୍ତି ଉଦ୍ଧାର କରିଥିଲେ । ଗ୍ରାମରେ ଏକ ପ୍ରକାର ଚଳ ଚଞ୍ଚଳ ହୋଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories