www.samajalive.in
Wednesday, December 10, 2025
26.1 C
Bhubaneswar

ସିଆରସିସି ଦାୟିତ୍ୱ ନେବାକୁ ଏନପିଏସ୍‌‌ ଶିକ୍ଷକ ଅନିଚ୍ଛୁକ, ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌ର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ୧୨ଜଣ ଏନ୍‌‌.ପି.ଏସ୍‌‌ ଶିକ୍ଷକଙ୍କୁ ସି.ଆର୍‌‌.ସି.ସି ପଦର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାରୁ ସଂପୃକ୍ତ ଶିକ୍ଷକମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ସି.ଆର୍‌‌.ସି.ସି ରୂପେ ନିଯୁକ୍ତି ପାଇଥିବା ଏନ୍‌‌.ପି.ଏସ୍‌‌ ଶିକ୍ଷକ ମାନେ ଆଜି ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରି ସିଆରସିସି ଦାୟିତ୍ୱ ରୁ ନିବୃତ୍ତ ରହିବା ସଂକ୍ରାନ୍ତରେ ସୂଚନା ଦେଇଛନ୍ତି। ବିନା ସହମତିରେ ଆମକୁ ସିଆରସିସି ପଦରେ ନିୟୋଜିତ କରାଯାଇଛି ବୋଲି ଏନ୍‌‌ପିଏସ୍‌‌ ଶିକ୍ଷକ ମାନେ ଦାବିପତ୍ର ଉଲ୍ଲେଖ କରିଛନ୍ତି।

ଅପରପକ୍ଷରେ ଏନ୍‌‌.ପିଏସ୍‌‌ ଶିକ୍ଷକଙ୍କୁ ସେମାନଙ୍କ ବିନା ସହମତି ରେ ସିଆରସିସି ଦାୟିତ୍ୱ ଦିଆଯିବା ନିଷ୍ପତ୍ତି କୁ ବ୍ଳକ୍‌‌ ଏନ୍‌‌ପିଏସ୍‌‌ ଶିକ୍ଷକ ସଂଘର ସଭାପତି ଲିଙ୍ଗରାଜ ଦୀପ ତୀବର ବିରୋଧ କରିଛନ୍ତି। ବ୍ଳକ୍‌‌ ଏନ୍‌‌ପିଏସ୍‌‌ ଶିକ୍ଷକ ସଂଘ ୩ ଦଫା ଦାବୀ ନେଇ ରାଜ୍ୟ ସଂଘ ସହ ମିଳିତ ଭାବରେ ରାଜ୍ୟ ସରକାର ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories