www.samajalive.in
Wednesday, December 10, 2025
26.1 C
Bhubaneswar

ଦୁଇଟି ସ୍ଥାନରେ ବଜ୍ରପାତ ଘଟି ୨ ମୃତ, ୩ ଗୁରୁତର

ପାତ୍ରପୁର: ପାତ୍ରପୁର ବ୍ଳକ ମନ୍ଦରଡା ଏବଂ କନିରିଡା ଗ୍ରାମ ନିକଟରେ ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବବେଳେ ତିନିଜଣ ଗୁରୁତର ଆହତ ହୋଇ ଥିବା ଜଣାଯାଇଛି। ମନ୍ଦରଡା ଗ୍ରାମ ନିକଟ ବରିହାଗୁଡା ପଦର ନିକଟରେ ଛେଳି ଚରାଉ ଥିବା ବେଳେ କାଳ ବୈଶାଖୀ ସହ ବଜ୍ରପାତ ଘଟିଥିଲା। ଏଥିରେ ଛେଳି ଜଗିଥିବା ହରିଗୌଡ ୫୦ବର୍ଷ ଙ୍କ ମୃତ୍ୟୁ ହୋଇଥିବା ବେଳେ କେଦାର ଗୌଡ଼ ୨୭ଗୁରୁତର ଆହତ ହୋଇଥିଲେ।

ସେହିପରି ଶୁରଙ୍ଗୀ ପଂଚାୟତ କନିରିଡା ଗ୍ରାମ ନିକଟ ଏକ ତୋଟା ରେ କାଳ ବୈଶାଖୀକୁ ଦେଖି ଆଶ୍ରୟ ନେଇଥିବା ଖାରିଆ ଗୁଡା ପଂଚାୟତ ମଦୁକା ବାଡ ଗ୍ରାମର ରୂପ ଶବର ୧୫ବର୍ଷଙ୍କ ବଜ୍ରାପାତରେ ମୃତ୍ୟୁ ହୋଇ ଥିଲା। ତାଙ୍କ ପାଖରେ ଥିବା ସୂରଙ୍ଗୀ ପଞ୍ଚାୟତ କରପଡା ଗ୍ରାମର ତାଙ୍କ ମାମୁଁ ମୀନ ଶବର ୪୦ ଏବଂ ମାମୁଁଙ୍କ ୧୦ବର୍ଷର ପୁଅ ଥବିର ଗୁରୁତର ଆହତ ହୋଇଥିଲେ। ତୁରନ୍ତ ସମସ୍ତଙ୍କୁ ଚିକିତ୍ସା ପାଇଁ ୧୦୮ଯୋଗେ ପାତ୍ରପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଜରଡା ପୁଲିସ୍ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ସମସ୍ତ ବ୍ୟକ୍ତି ଗରିବ ଶ୍ରେଣୀର ହୋଇ ଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories