www.samajalive.in
Friday, December 12, 2025
16.1 C
Bhubaneswar

ସୋମାଲିଆ ହୋଟେଲରେ ଆକ୍ରମଣ :  ୬ ନାଗରିକ ନିହତ, ୧୦ ଆହତ

ମୋଗାଡିଶୁ: ସୋମାଲିଆର ରାଜଧାନୀ ମୋଗାଡିଶୁର ଏକ ସମୁଦ୍ର କୂଳ ହୋଟେଲରେ ଇସଲାମବାଦୀ ଅଲ-ଶବାବ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଅଲ-କାଏଦା ସହ ଜଡିତ ଜିହାଦୀବାଦୀମାନେ ୧୫ ବର୍ଷରୁ ଅଧିକ ସମୟ ଧରି ଆନ୍ତର୍ଜାତୀୟ ସ୍ତରରେ ସମର୍ଥିତ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଆସୁଛନ୍ତି । ଏମାନେ ପ୍ରାୟତଃ ହୋଟେଲଗୁଡ଼ିକୁ ଟାର୍ଗେଟ କରିଛନ୍ତି। ଉଦ୍ଧାର କାର୍ଯ୍ୟ ସମୟରେ ସୁରକ୍ଷା ବାହିନୀର ତିନିଜଣ ସାହସୀ ସଦସ୍ୟ ସହିଦ ହୋଇଥିଲେ ବୋଲି ସୋମାଲିଆ ପୁଲିସ ବଳ(ଫୋର୍ସ) ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି | ପୁଲିସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ପରେ ଏହି ଯୁଦ୍ଧରେ ସମସ୍ତେ ନିହତ ହୋଇଥିଲେ। ସୁରକ୍ଷା ବାହିନୀ ମହିଳା, ଶିଶୁ ଏବଂ ବୃଦ୍ଧଙ୍କ ସମେତ ୮୪ ଜଣଙ୍କୁ ଉଦ୍ଧାର କରିବାରେ ପୁଲିସ ସଫଳ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories