www.samajalive.in
Sunday, December 14, 2025
19.1 C
Bhubaneswar

‘ମନୋରମା ମହାପାତ୍ର ନାରୀସମାଜ ପାଇଁ ପ୍ରେରଣାର ଉତ୍ସ’

ଆଠଗଡ: ବିଶିଷ୍ଟ ସାରସ୍ବତ ସ୍ରଷ୍ଟା, ସମାଜସେବୀ, ପ୍ରବୀଣ ସାମ୍ବାଦିକ, ଓଜସ୍ୱିନୀ ବାଗ୍ମୀ ତଥା ଦୈନିକ ‘ସମାଜ’ର ପ୍ରାକ୍ତନ ସମ୍ପାଦକ ଡଃ ମନୋରମା ମହାପାତ୍ର ସମଗ୍ର ନାରୀଜାତି ପାଇଁ ପ୍ରେରଣାର ଉତ୍ସ ବୋଲି ଜନ୍ମମାଟି ଆଠଗଡରେ ତାଙ୍କର ୮୯ତମ ଜନ୍ମଜୟନ୍ତୀ ଅବସରରେ ଯୋଗଦେଇଥିବା ଅତିଥିମାନେ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଗୋପବନ୍ଧୁ ମହିଳା ମହାବିଦ୍ୟାଳୟରେ ଡଃ ରାଧାନାଥ ରଥ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଯୋଗଦେଇ ମନୋରମା ମହାପାତ୍ରଙ୍କ ପୁରା ଜୀବନକୁ ଅନୁଶୀଳନ କଲେ ୫୦ ଦଶକରୁ ସେ ଯେପରି ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି, ତାଙ୍କୁ ନାରୀ ସଶକ୍ତିକରଣର ମୂର୍ତ୍ତିମନ୍ତ ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ମତପୋଷଣ କରିଥିଲେ। ସେ ଏକାଧାରରେ ଜଣେ ମହାନ କବି, ସାହିତ୍ୟିକା, ସମର୍ପିତ ଜନସେବକ, ଯଶସ୍ବୀ ସାମ୍ବାଦିକ, ସୁଦକ୍ଷ ଅଧ୍ୟାପିକା ଓ ଜଣେ ସୁଗୃହିଣୀ ଭାବେ ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ପୁଷ୍ପ ମଞ୍ଜରୀ ଦାସ ଓ ଅଧ୍ୟାପିକା ପ୍ରମୋଦିନୀ ଜେନା ଶ୍ରୀମତୀ ମହାପାତ୍ରଙ୍କ କାଳଜୟୀ କବିତା, ପ୍ରବନ୍ଧ, ରମ୍ୟରଚନା, କ୍ଷୁଦ୍ରଗଳ୍ପ, ଅନୁବାଦ ସାହିତ୍ୟ ତାଙ୍କୁ ଚିର ଅମର କରି ରଖିବ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ସମାଜସେବୀ ରଞ୍ଜିତା ଭକ୍ତା ଓ କାଉନସିଲର ମମତା ଦାସ ସମ୍ମାନିତ ଅତିଥି ରୂପେ ନିଜ ବକ୍ତବ୍ୟରେ ମନୋରମା ମହାପାତ୍ରଙ୍କ ପରି ଜଣେ ମହୀୟସୀ ମହିଳାଙ୍କୁ ଜନ୍ମ ଦେଇ ଆଠଗଡ ମାଆ ମାଟି ଆଜି ଗର୍ବିତ ବୋଲି କହିଥିଲେ । ତାଙ୍କ ଆଦର୍ଶରେ ମହିଳାମାନେ ଅନୁପ୍ରାଣିତ ହୋଇପାରିଲେ ଏକ ସଶକ୍ତ ସମାଜ ଗଠନ ହୋଇପାରିବ ବୋଲି ଅତିଥିଗଣ ମତପୋଷଣ କରିଥିଲେ । ଡଃ ରାଧାନାଥ ରଥ ସ୍ମୃତି କମିଟି ଆବାହକ ସୁଧି ରଞ୍ଜନ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଯୋଗଦେଇଥିବା ଅନ୍ୟତମ ସମ୍ମାନିତ ଅତିଥି ଉପନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି, ଶ୍ରୀମତୀ ମହାପାତ୍ରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ କଲେଜ ପରିସରରେ ପ୍ରତିଷ୍ଠିତ ଶ୍ରୀମତୀ ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରି ଅତିଥିଗଣ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories