www.samajalive.in
Sunday, December 14, 2025
26.1 C
Bhubaneswar

ମହାରାଷ୍ଟ୍ରରେ ସ୍ବାର୍ଥପର ରାଜନୀତି ଚାଲିଛି : ଶ୍ରୀକାନ୍ତ

ମୁମ୍ବାଇ: ମହାରାଷ୍ଟ୍ରରେ ‘ସ୍ବାର୍ଥପର ରାଜନୀତି’ ଚାଲିଛି ବୋଲି ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଏକନାଥ ସିନ୍ଦେଙ୍କ ଶିବସେନାକୁ ସମର୍ଥନ କରିବେ ନାହିଁ ବୋଲି ରାଜ୍ୟର କଲ୍ୟାଣ-ଦୋମ୍ବିବ୍ଲି ୟୁନିଟ୍‌ର ସ୍ଥାନୀୟ ବିଜେପି ନେତାମାନେ ପ୍ରସ୍ତାବନା ଗୃହୀତ କରିବାର ଦିନକ ପରେ ଶ୍ରୀକାନ୍ତ ଏ କଥା କହିଛନ୍ତି। ଯେଉଁ ପ୍ରାର୍ଥୀ ମିଳିତ ଦଳର ବରିଷ୍ଠ ନେତୃତ୍ୱ ନିଷ୍ପତ୍ତି ନେବେ ମୁଁ ସମର୍ଥନ କରିବି ବୋଲି କହିଛନ୍ତି। ସିନ୍ଦେଙ୍କ ପୁଅ କହିଛନ୍ତି ଯେ ଯଦି ଏହି ଦିଗରେ ଆମେ କରୁଥିବା କାର୍ଯ୍ୟକୁ ଯଦି କେହି ବିରୋଧ କରନ୍ତି, ଯଦି କେହି କ୍ରୋଧିତ ହୁଅନ୍ତି ଏବଂ ଯଦି ମିଳିତ ମଞ୍ଚରେ କୌଣସି ବିଶୃଙ୍ଖଳା ହୁଏ, ତେବେ ମୁଁ ମୋ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ଆମେ ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ ଏବଂ ସଂଖ୍ୟାଗରିଷ୍ଠତା ସହ ଜିତି ମହାରାଷ୍ଟ୍ରକୁ ଦେଶର ସବୁ କ୍ଷେତ୍ରରେ ଏକ ନମ୍ବର ରାଜ୍ୟରେ ପରିଣତ କରିବୁ । ୨୦୧୯ ସାଧାରଣ ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ଶିବସେନା ୧୮ଟି ଆସନ ଜିତିଥିଲା ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories