www.samajalive.in
Sunday, December 7, 2025
14.1 C
Bhubaneswar

ଡିଅର ପାର୍କ ନିକଟରେ ନିଆଁ 

ସମ୍ବଲପୁର  : ସମ୍ବଲପୁରର ପାହାଡରେ ଅବସ୍ଥିତ ଡିଅର ପାର୍କ ନିକଟସ୍ଥ ଜଙ୍ଗଲରେ ଅଚାନକ ଶୁକ୍ରବାର ପୂର୍ବାହ୍ନରେ ନିଆଁ ଲାଗି ଯାଇଥିଲା। ଡିଅରପାର୍କ ନିକଟରେ ଥିବା ଆରସିସିଏଫ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଜଙ୍ଗଲରେ ନିଆଁ ଲାଗିବା ପରେ ତୁରନ୍ତ ଏହା ବ୍ୟାପି ଯାଇଥିଲା। ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ସହିତ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ବହୁ କଷ୍ଟରେ ଆୟତ୍ତ କରିଥିଲେ। ତେବେ ଏହି ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ପୁର୍ବରୁ ମଧ୍ୟ ଗ୍ରୀଷ୍ମ ସମୟରେ ଏହି ଅଞ୍ଚଳ ସମେତ ସର୍କିଟ ହାଉସ ପାହାଡ, ବୁଢ଼ାରଜା ପାହାଡ, ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ ଆଦିରେ ନିଆଁ ଲାଗିବାର ନଜର ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories