www.samajalive.in
Monday, December 8, 2025
20.1 C
Bhubaneswar

୪୦ କିଗ୍ରା ଗଞ୍ଜେଇ ଓ ଗାଡି ଜବତ : ୪ ଗିରଫ 

ସମ୍ବଲପୁର : ସମ୍ବଲପୁର ଠାରେ ଥିବା ଗୁଇନ୍ଦା ଅବକାରୀ ବିଭାଗ ତରଫରୁ ନିଶା କାରବାରରେ ଅଙ୍କୁଶ ଲଗାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଥିବା ବେଳେ ଅନେକ ସମୟରେ ଗଞ୍ଜେଇ ଜବତ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଅଚାନକ ବିଜୁ ଏକ୍ସପ୍ରେସ ୱେରେ ପାଟ୍ରୋଲିଂ କରୁଥିବା ସମୟରେ ଏକ କାର ଦ୍ରୁତଗତିରେ ଯାଉଥିବାର ଦେଖି ତାକୁ ପିଛା କରି ପ୍ରଧାନପାଲି ନିକଟରେ ଧରିଥିଲେ। ଚେକିଂ ସମୟରେ ୨ଟି ଜରି ବସ୍ତା ମଧ୍ୟରେ ଲୁକ୍କାୟିତ ଭାବରେ ରଖାଯାଇଥିବା ୪୦ କିଗ୍ରା ଗଞ୍ଜେଇକୁ ଅବକାରୀ ଦଳ ଧରିଥିଲେ। କାର ଜରିଆରେ ଚାଲାଣକାରୀ ଉତ୍ତର ପ୍ରଦେଶ ରାଜ୍ୟର ଗାଜିଆବାଦ ଜିଲା ନିବାସୀ ବିଜିତ କୁମାର (୨୯), ଦିଲ୍ଲୀ ରାଜ୍ୟର ସାଉଥ ଦିଲ୍ଲୀ ଜିଲା ନିବାସୀ ବିଜୟ ଚୌହାନ (୩୪), ହେମରାଜ (୨୨) ଓ ବିନୟ କୁମାର (୨୯) ଙ୍କୁ ଗିରଫ କରିଥିଲା।
ଏହି ଚାଲାଣକାରୀ ମାନେ ଗଞ୍ଜେଇ ଗୁଡିକୁ ବେଆଇନ ଭାବରେ ସୋନପୁର ଜିଲାରୁ ସମ୍ବଲପୁର ଦେଇ ରାଜଧାନୀ ଦିଲ୍ଲୀ ଅଞ୍ଚଳକୁ ଚାଲାଣ କରୁଥିବା ଅବକାରୀ ଦଳର ଜେରା ସମୟରେ କହିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ଗଞ୍ଜେଇ ଗୁଡିକୁ ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ଅବକାରୀ ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା ପକ୍ଷରୁ ସୂଚନା ଦେଇଛନ୍ତି। ଏହି ଚଢ଼ଉ ଅଭିଯାନରେ ଉପ ଆରକ୍ଷୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ନେତୃତ୍ୱରେ ଦିଲ୍ଲୀପ କୁମାର ରଥ, ଗିରିଜା ମହାନ୍ତି ଓ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଥିଲେ। ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories