www.samajalive.in
Friday, December 12, 2025
16.1 C
Bhubaneswar

ବଢ଼ିବ ଗ୍ରୀଷ୍ମ ପ୍ରବାହ, ବନ୍ୟା ଓ ମରୁଡ଼ି

ନୂଆଦିଲ୍ଲୀ : ସାତବର୍ଷର ବ୍ୟବଧାନ ପରେ ପ୍ରଶାନ୍ତ ମହାସାଗର ଅଞ୍ଚଳକୁ (ଏଲ୍‌‌ ନିନୋ) ପ୍ରଭାବ ପ୍ରତ୍ୟାବର୍ତ୍ତନ କରୁଛି। ଏହାକୁ ନେଇ ମାତ୍ରାଧିକ ପାଣିପାଗ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆମେରିକାର ଜାତୀୟ ସାମୁଦ୍ରିକ ଓ ପାରିବେଶିକ ପ୍ରଶାସନ (ଏନ୍‌‌ଓଏଏ) ସତର୍କ କରାଇ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଏଲ୍‌‌ ନିନୋ ଏକ ଜଳବାୟୁ ଢାଞ୍ଚା, ଯାହା ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦୁଇରୁ ସାତବର୍ଷ ବ୍ୟବଧାନରେ ସୃଷ୍ଟି ହୋଇଥାଏ। ଏଲ୍‌‌ ନିନୋ ପ୍ରବାହ ସମୟରେ ସମୁଦ୍ର ବକ୍ଷର ଜଳରାଶିର ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଥାଏ ଏବଂ ଏହା କେନ୍ଦ୍ର ଓ ପୂର୍ବ-କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରର ଭୂମଧ୍ୟରେଖୀୟ ଅଞ୍ଚଳକୁ ପ୍ରସାରିତ ହୋଇଥାଏ। ଏଲ୍‌‌ ନିନୋ ଦକ୍ଷିଣମୁଖୀ ପ୍ରବାହ (ଇଏନ୍‌‌ଏସ୍‌‌ଓ) ଯେତେବେଳେ ପ୍ରଭାବଶୂନ୍ୟ ସ୍ଥିତିରେ ରହିଥାଏ ସେତେବେଳେ ବାୟୁ ଭୂମଧ୍ୟରେଖୀୟ ଅଞ୍ଚଳରେ ପଶ୍ଚିମ ଆଡକୁ ପ୍ରବାହିତ ହୁଏ ଏବଂ ଦକ୍ଷିଣ ଆମେରିକା ଅଞ୍ଚଳରୁ ଗରମ ବାୟୁକୁ ଏସିଆ ଆଡକୁ ନେଇଥାଏ। ତେବେ ଏଲ୍‌‌ ନିନୋ ସମୟରେ ଏହି ବାୟୁ ଦୁର୍ବଳ ହୋଇ ପଶ୍ଚିମାଝଡ ରୂପ ନେଇପାରେ। ପଶ୍ଚିମରୁ ପୂର୍ବରୁ ବାୟୁ ପ୍ରବାହିତ ହେବାରୁ ତାହା ଉଷ୍ମ ଜଳକୁ କେନ୍ଦ୍ର ଓ ପୂର୍ବ ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗରୀୟ ଆଡକୁ ଠେଲି ନେଇଥାଏ ଏବଂ ପରିଶେଷରେ ଆମେରିକା ପଶ୍ଚିମ ଉପକୂଳରେ ପହଞ୍ଚେ। ଏହିଭଳି ବର୍ଷରେ ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠଭାଗ ଜଳରାଶିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥାଏ।
ଏଲ୍‌‌ ନିନୋ ପ୍ରବାହରୁ ବିଶ୍ୱବ୍ୟାପୀ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ, ବନ୍ୟା ଓ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବାର ଅନେକ ଉଦାହରଣ ରହିଛି। ଏଲ୍‌‌ ନିନୋର ଶକ୍ତି ଉପରେ ବିଶ୍ୱର କୌଣସି ଭାଗରେ ମାତ୍ରାଧିକ ବୃଷ୍ଟିପାତ ଅଥବା ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହୁଥିବା ଏନ୍‌‌ଓଏଏ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ବିଜ୍ଞାନୀ ମିଚେଲ୍‌‌ ଏଲ ହ୍ୟୁରେକ୍ସ କହିଛନ୍ତି। ଚଳିତ ବର୍ଷର ଏଲ୍‌‌ ନିନୋ ୨୦୦୦ ପରବର୍ତ୍ତୀ ସମୟରେ ପଞ୍ଚମ ଏଲ୍‌‌ ନିନୋ ହୋଇଛି। ଚଳିତ ବର୍ଷ ଆରମ୍ଭରେ ଅଗଷ୍ଟ ସୁଦ୍ଧା ଏଲ୍‌‌ ନିନୋ ପ୍ରଭାବ ସୃଷ୍ଟି ହେବାନେଇ ଆକଳନ କରାଯାଇଥିଲା। କିନ୍ତୁ ତାହାର ଯଥେଷ୍ଟ ପୂର୍ବରୁ ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସମୁଦ୍ର ପୃଷ୍ଠଭାଗର ଜଳରାଶି ଖୁବ୍‌‌ ଶୀଘ୍ର ଉତ୍ତପ୍ତ ହେଉଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ବିଗତ ଶହେ ବର୍ଷରେ ଭାରତରେ ୧୮ଟି ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି ଏବଂ ସେଥିମଧ୍ୟରୁ ୧୩ଟି ଏଲ୍‌‌ ନିନୋ ପ୍ରଭାବରୁ ହୋଇଥିଲା। ୧୯୦୦ରୁ ୧୯୫୦ ମଧ୍ୟରେ ସାତଟି ଏଲ୍‌‌ ନିନୋ ବର୍ଷ ଥିବାବେଳେ ୧୯୫୧ରୁ ୨୦୨୧ ଅବଧି ମଧ୍ୟରେ ୧୫ଟି ଏଲ୍‌‌ ନିନୋ ସଂଘଟିତ ହୋଇଚି। ଏଥିରୁ ସମୟକ୍ରମେ ଏଲ୍‌‌ ନିନୋ ସଂଘଟିତ ହେବାର ପୌନଃପୁନିକତା ବୃଦ୍ଧିପାଉଥିବା ସ୍ପଷ୍ଟ ହୋଇଛି। ୧୯୫୧ରୁ ୨୦୨୧ ମଧ୍ୟରେ ୧୫ ଥର ଏଲ୍‌‌ ନିନୋ ପ୍ରବାହ କାରଣରୁ ୯ଟି ମୌସୁମୀ ଋତୁରେ ଭାରତରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories