ଶନିବାର ରାଶିଫଳ (୧୦.୦୬.୨୦୨୩) ରାଶିଫଳଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟ By samajalive Last updated Jun 10, 2023 Share ମେଷ : ସ୍ଥିତପ୍ରଜ୍ଞର ଲକ୍ଷଣ ଆପଣଙ୍କଠାରେ ଅଛି। ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ହେବେ ନାହିଁ। ବିଶାଳ ଯଶର ଅଧିକାରୀ ହେବେ। ଦାନରେ ଅନୁରକ୍ତି ରହିବ। ଶତ୍ରୁ ଉପରେ ବିଜୟୀ ହେବେ। ବୃଷ : ଅତୁଳ ରାଜସମ୍ପଦର ଅଧିକାରୀ ହେବେ। ମଣିମୟ ସିଂହାସନ ଆରୋହଣ କରିପାରନ୍ତି; ମାତ୍ର ଏହା ଦିନକ ପାଇଁ। ବିନୟୀ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଦୃଢ଼ ପୌରୁଷର ଅଧିକାରୀ ହେବେ। ମିଥୁନ : ସତ୍ୟଧର୍ମ ପରାୟଣ ହୋଇପାରନ୍ତି। ଲୁକ୍କାୟିତ ପ୍ରତିଭାକୁ ପବିତ୍ର ମନରେ ଲୋକଲୋଚନକୁ ଆଣିପାରନ୍ତି। ସନ୍ମାର୍ଗୀ ହେବେ। ଧର୍ମ ପରାୟଣ ଓ ପିତୃଭକ୍ତ ପୁତ୍ର ପ୍ରାପ୍ତ ହେବେ। ପରୋପକାରୀ ହେବେ। କର୍କଟ : ନିକୃଷ୍ଟ ପ୍ରବୃତ୍ତିରୁ ନିବୃତ୍ତି ଗଲେ ମହାଫଳ ପ୍ରାପ୍ତିର ସୁଯୋଗ ଆସିବ; ମାତ୍ର ଅଜି ଦିନ ଭିତରେ ଆଶା ନିରାଶାରେ ପରିଣତ ହୋଇପାରେ। ନିଷ୍ଠାପର କର୍ମର ମହତ୍ତ୍ବ ରହିଛି। ସଚେତନତା ସହିତ ଯୋଡ଼ି ହେବେ। ସିଂହ : ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ଅଛି। କେବଳ ରୁଗ୍ଣ ବ୍ୟକ୍ତିଙ୍କ ସେବା କାହିଁକି, ଯୋଗୀମାନଙ୍କର ପୂଜାର୍ଚ୍ଚନା କରିବା ଜୀବନର ବ୍ରତଭାବେ ଗ୍ରହଣ କରିବେ। ଜ୍ଞାନୀ ହେବେ। କନ୍ୟା : ଈପ୍ସିତ ମାନସମ୍ମାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୂର୍ଯ୍ୟଙ୍କ ପରି ଅନ୍ତରାତ୍ମାକୁ ଆଲୋକିତ କରିପାରନ୍ତି। ଶତ୍ରୁ ପରାଜୟ ବରଣ କରିବା ଭୟରେ ଆତ୍ମସମର୍ପଣ କରିପାରନ୍ତି। ଭାଇମାନଙ୍କ ସହଯୋଗ ମିଳିବ। Related Posts ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ… Jan 10, 2025 ଶୁକ୍ରବାର ରାଶିଫଳ: ବ୍ୟବସାୟରେ ଲାଭ ସହ ମିଳିବ… Jan 10, 2025 ତୁଳା : ଆଧ୍ୟାତ୍ମିକ ଯିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। କାମୀ ନ ହୋଇ ପ୍ରେମୀ ହେଲେ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାତ୍ରାଧିକ ରୋଜଗାରର ସୂଚନା ମିଳୁଛି। ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ। ବିଛା : ଅନ୍ୟର ଚଲାପଥରେ ନିଜର ପ୍ରତିଭା ରୂପକ ଆଲୋକ ବିଚ୍ଛାଇ ଦେଇ ମାନବୀୟ ଧର୍ମ ଆଚରଣ କରିପାରନ୍ତି। ଆଶାକୁ ଜୀବନର ଆଧାର କରିପାରନ୍ତି। ସ୍ବୟଂ ସମୃଦ୍ଧ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଧନୁ : ସେବା ଓ ସମ୍ବେଦନାର ପ୍ରତୀକ ଯେଉଁ ନାରୀ ସେହି ନାରୀମାନଙ୍କ ମନରେ ପୁନର୍ଜନ୍ମର ପ୍ରଭାବ ବିସ୍ତାର କରି ଶ୍ରଦ୍ଧାର ଏକ ଅଙ୍କୁର ଉଦ୍ଗମ କରାଇ ପାରନ୍ତି। ପରିଶ୍ରମର ଫଳ ସ୍ବରୂପ ଅର୍ଥାଗମର ସୂଚନା ମିଳୁଛି। ମକର : ଆତ୍ମବିଶ୍ବାସ ଓ ଅଧ୍ୟବସାୟ ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିପାରେ। ସାଧୁସନ୍ଥଙ୍କର ଭାବରେ ଲୀନ ହୋଇପାରନ୍ତି। ଧୈର୍ଯ୍ୟବାନ୍ ହେଲେ ସଫଳତା ମିଳିପାରେ। ଆଶା ଅନୁସାରେ ଧନାଗମ ହୋଇପାରେ। କୁମ୍ଭ : ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ରୂପକ ସାହିତ୍ୟକୁ ଲୋକଲୋଚନକୁ ଆଣିବେ। ସଂକଳ୍ପବାନ୍ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଜ୍ଞାନର ଅବତରଣ କରାଇ ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାରେ ସଫଳ ହେବେ। ମୀନ : ଶ୍ରମ ଓ ନିଷ୍ଠାର ମହତ୍ତ୍ବ ରହିଛି। ଅଖଣ୍ଡ ଆତ୍ମବିଶ୍ବାସ ଓ ଅବିଚ୍ଛନ୍ନ ଅଧ୍ୟବସାୟ ଆପଣଙ୍କୁ ମହାନ୍ କରିପାରେ। ଜପ, ତପ, ଧ୍ୟାନ ଓ ଏକାନ୍ତ ସାଧନା ଫଳବତୀ ହେବ। ଶାରୀରିକ ଶକ୍ତି ହ୍ରାସ ପାଇପାରେ। Share FacebookTwitterWhatsApp
Comments are closed.