www.samajalive.in
Sunday, December 14, 2025
23.1 C
Bhubaneswar

+୨ କଳା ପରୀକ୍ଷାର ମେଧାବୀଙ୍କୁ ସମ୍ବର୍ଦ୍ଧନା

ଆଠଗଡ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ କଳା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଆଠଗଡ଼ ବିଜୁ ଛାତ୍ର ଜନତା ଦଳ ତରଫରୁସମ୍ବର୍ଦ୍ଧିତ କରାଯାଇଛି ଏହି ପରୀକ୍ଷାରେ ୫୩୦ ନମ୍ବର ରଖି ଆଠଗଡ଼ ବ୍ଲକ ଓ ଉପଖଣ୍ଡରେ ଶ୍ରେଷ୍ଠ ହୋଇଥିବା ଗୋପବନ୍ଧୁ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ଛାତ୍ରୀ ସୁଦିପ୍ତା ବେହେରା, ୫୧୭ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା କଖଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମୌସୁମୀ ମହାନ୍ତି, ୫୦୪ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଖୁଣ୍ଟୁଣୀର ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ରଶ୍ମିରଞ୍ଜନ ପରିଡ଼ାଙ୍କୁ ଶୁକ୍ରବାର ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଛାତ୍ର ଓ ଯୁବ ବିଜେଡି ନେତାମାନେ ମେଧାବୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଛାତ୍ର ବିଜେଡ଼ି ସଭାପତି ସତ୍ୟପ୍ରିୟ ମହାନ୍ତି, ଛାତ୍ର ନେତା ଶୁଭେନ୍ଦୁ ବେଉରା, ମହମ୍ମଦ ଖଳିଦ୍, ଦୁଷ୍ମନ୍ତ ନାୟକ, ଯୁବନେତା ଶିଶିରି ପ୍ରସାଦ ମାନସିଂହ ,ଶିବ ଶଙ୍କର ଜେନା, ସୌମ୍ୟରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ବିକାଶ ମଞ୍ଚ ପକ୍ଷରୁ  ସମ୍ବର୍ଦ୍ଧନା

- Advertisement -


ସେହିପରି ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ +୨ କଳା ପରୀକ୍ଷାର ମେଧାବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସର୍ବାଧିକ ୫୩୦ ନମ୍ବର ରଖି ଆଠଗଡ ବ୍ଲକ ଏବଂ ସମଗ୍ର ଉପଖଣ୍ଡରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ଗୋପବନ୍ଧୁ ବିଜ୍ଞାନ କନିଷ୍ଠ କଲେଜର ଛାତ୍ରୀ ସୁଦୀପ୍ତା ବେହେରାଙ୍କୁ ତାଙ୍କ କୈବର୍ତ୍ତସାହି ବାସଭବନରେ ସାକ୍ଷାତ କରି ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହି ସମୟରେ ସୁଦୀପ୍ତାଙ୍କ ମାଆ ସବିତା ଓ ବାପା ସୁଦର୍ଶନ ବେହେରା ଉପସ୍ଥିତ ଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories