www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

କେନ୍ଦୁଝରଗଡ଼ : ସଦର ତହସିଲ ଅଧିନ ନୂଆଗାଁ ପଞ୍ଚାୟତରେ ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ବିରୋଧ କରି ଗୁରୁବାର ପଞ୍ଚାୟତବାସୀ ଜିଲା ଓ ପୁଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଡ୍ରୋନ ମାଧ୍ୟମରେ ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ବିରକିଶୋରପୁର ଗ୍ରାମବାସୀ ସର୍ଭେ କାର୍ଯ୍ୟରେ ନିୟୋଜିତ ୨ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଖବରପାଇ ସଦର ଥାନା ପୁଲିସ ଅଟକ ୨ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଉଭୟପକ୍ଷଙ୍କୁ ଥାନାରେ ଲିଖିତ ଜିମାନାମା ମାଧ୍ୟମରେ ପରେ ଛାଡି ଦେଇଥିବା ଜଣାପଡିଛି । ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ତହସିଲ ପ୍ରଶାସନ ପକ୍ଷରୁ ଜମିଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାସହ ଗ୍ରାମବାସୀଙ୍କ ମତାମତ ମଧ୍ୟ ଲୋଡାଯାଉଛି । ପ୍ରସ୍ତାବିତ ସ୍ଥାନରେ ପ୍ରକଳ୍ପ ପ୍ରତିଷ୍ଠା ହେଲେ ନୂଆଗାଁ ପଞ୍ଚାୟତର ନୂଆଗାଁ, ବିରକିଶୋରପୁର, ବିସ୍ତାପାଳ, ରତନପୁର, ଗୁହାଳଡିହି, ତାର୍ତ୍ତଖମଣ, ପଦ୍ମପୁର ପଞ୍ଚାୟତର ଦାବାଙ୍କ ଆଦି ଗ୍ରାମର ଚାଷଜମି ହରାଇବାକୁ ଥିବାରୁ ପ୍ରକଳ୍ପକୁ ବିରୋଧ କରି ସମ୍ପୃକ୍ତ ଗ୍ରାମର ସହସ୍ରାଧିକ ମହିଳା ଓ ପୁରୁଷ ଗୁରୁବାର ଅତିରିକ୍ତ ଜିଲାପାଳ ଓ ଏସ୍‌‌ପିଙ୍କୁ ଭେଟି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଥିବା ପ୍ରେମାନନ୍ଦ ମହାନ୍ତ ଓ ତରଣୀ ମହାନ୍ତ କହିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories