www.samajalive.in
Sunday, December 14, 2025
26.1 C
Bhubaneswar

ବାହାନଗା ରେଳ ଦୁର୍ଘଟଣା – ଶବ ଗଦାରୁ ବଞ୍ଚି ଉଠିଲା ଯୁବକ

କଲକାତା: ବାଲେଶ୍ବର ଜିଲା ବାହାନଗା ରେଳ ଦୁର୍ଘଟଣାରେ ମୃତ ଘୋଷିତ ଜଣେ ଯୁବକ ବଞ୍ଚି ଉଠିବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ନଜରକୁ ଆସିଛି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଚାର୍ନେଖାଲି ଗ୍ରାମର ରବିନ ନୈୟା (୩୫) ବାହାନଗା ରେଳ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ରବିନଙ୍କର ଦୁଇଟି ଯାକ ଗୋଡ କଟିଯାଇଥିଲା ଓ ସେ ଅଚେତ ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ଶୁକ୍ରବାର ରାତିରେ ତାଙ୍କୁ ଉଦ୍ଧାର କରିବା ସହିତ ମୃତ ବିବେଚନା କରିଥିଲେ। ତେଣୁ ତାଙ୍କୁ ନେଇ ନିକଟସ୍ଥ ବିଦ୍ୟାଳୟର ଅସ୍ଥାୟୀ ଶବ ଗଦା ମଧ୍ୟରେ ରଖି ଦିଆଯାଇଥିଲା। ପରଦିନ ଉଦ୍ଧାରକାରୀ ଦଳ ଅସ୍ଥାୟୀ ଶବଗଦାରୁ ଶବଗୁଡିକ ବାହାର କରୁଥିବାବେଳେ ଜଣେ ଉଦ୍ଧାରକାରୀଙ୍କ ଗୋଡକୁ କେହି ଜଣେ ଜାବୁଡି ଧରିଥିଲା। ଉଦ୍ଧାରକାରୀ ଜଣଙ୍କ ପ୍ରଥମେ ଭୟଭୀତ ହୋଇପଡିଥିଲେ; ମାତ୍ର ସେ ସାହସ ଜୁଟାଇ ଠିଆ ହୋଇଥିଲେ। ଉଦ୍ଧାରକାରୀ ଜଣଙ୍କ ଶୁଣିବାକୁ ପାଇଥିଲେ କେହି ଜଣେ କ୍ଷୀଣ ସ୍ବରରେ ତାଙ୍କୁ ପାଣି ମାଗୁଛି। ଶବ ଗଦା ମଧ୍ୟରୁ ଶୁଣିବାକୁ ମିଳୁଛି ‘ମୁଁ ବଞ୍ଚିଛି, ମରି ନାହିଁ, ଦୟାକରି ମୋତେ ପାଣି ଦିଅ।’ ଉଦ୍ଧାରକାରୀ ଜଣଙ୍କ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ରବିନ ଏବେ ମେଦିନପୁର ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରବିନଙ୍କ କକା ମାନବେନ୍ଦ୍ର ସର୍ଦାର କହିଛନ୍ତି ଯେ ରବିନ ଓ ତାଙ୍କର ୭ଜଣ ସାଥୀ ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସରେ ହାୱଡାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାତ୍ରା କରିଥିଲେ। ଆନ୍ଧ୍ରପ୍ରଦେଶରେ ସେମାନେ ଶ୍ରମିକ ଭାବେ କାମ କରନ୍ତି। ମାତ୍ର ସନ୍ଧ୍ୟାରେ ସେମାନେ ରେଳ ଦୁର୍ଘଟଣାର ଶିକାର ହୋଇଥିଲେ। ରବିନ ନିଜର ଦୁଇଗୋଡ ହରାଇବା ପୂର୍ବକ ଅଚେତ ହୋଇଯାଇଥିଲା। ତେଣୁ ତାଙ୍କୁ ଉଦ୍ଧାରକାରୀମାନେ ନେଇ ଶବଗଦା ମଧ୍ୟରେ ରଖିଦେଇଥିଲେ। ମାତ୍ର ରବିନ ଚେତା ଫେରି ପାଇବା ପରେ ନିଜକୁ ଶବ ଗଦା ମଧ୍ୟରେ ପାଇଥିଲେ। ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ରବିନଙ୍କ ଅନ୍ୟ ୬ଜଣ ସାଥୀଙ୍କ ସମ୍ପର୍କରେ କୌଣସି ଖବର ନଥିବା ମାନବେନ୍ଦ୍ର କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories