www.samajalive.in
Sunday, December 14, 2025
14.1 C
Bhubaneswar

ବାହାନଗା ରେଳ ଦୁର୍ଘଟଣା: ଭୁବନେଶ୍ବର ଏମ୍‌ସରେ ରହିଛି ୫୨ ମୃତଦେହ

ଭୁବନେଶ୍ବର:ବାହାନଗା ରେଳ ଦୁର୍ଘଟଣାରେ ଭୁବନେଶ୍ବରକୁ ଆସିଥିବା ୧୯୩ ମୃତଦେହରୁ ୧୧୦ଟି ଚିହ୍ନଟ କରାଯାଇଛି ଏବଂ ଚିହ୍ନଟ ହୋଇଥିବା ସମସ୍ତ ୧୧୦ଟି ମୃତଦେହ ପରିବାରକୁ ଦିଆଯାଇଛି। ବର୍ତ୍ତମାନ ଭୁବନେଶ୍ବର ଏମ୍‌ସରେ ୫୨ଟି ମୃତଦେହ ରହିଛି ବୋଲି ଭୁବନେଶ୍ବର ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ପ୍ରଫେସର ଆଶୁତୋଷ ବିଶ୍ବାସ କହିଛନ୍ତି ଯେ ଭୁବନେଶ୍ବର ଏମ୍‌ସକୁ ମୋଟ ୧୨୩ଟି ମୃତଦେହ ଆସିଥିଲା। ସେଥିମଧ୍ୟରୁ ୭୧ଟି ମୃତଦେହ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର ହୋଇଛି। ଆଉ ୫୨ଟି ମୃତଦେହ ଭୁବନେଶ୍ବର ଏମ୍‌ସରେ ରହିଛି। ଏହି ୫୨ଟି

ମୃତଦେହର ଡିଏନଏ ନମୂନା ସଂଗ୍ରହ ହୋଇଛି। ପରିବାର ଓ ନିକଟ ସମ୍ପର୍କୀୟ ଆସିଲେ ଡିଏନଏ ମ୍ୟାଚ କରାଯାଉଛି। ଡିଏନଏ ନମୂନା ମ୍ୟାଚ କରିବା ପରେ ପରିବାର କିମ୍ବା ସମ୍ପର୍କୀୟଙ୍କୁ ମୃତଦେହ ଦିଆଯାଉଛି ବୋଲି ପ୍ରଫେସର ବିଶ୍ବାସ ପ୍ରକାଶ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ବାହାନଗା ରେଳ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ, ଚିକିତ୍ସା ଖର୍ଚ୍ଚ, ମୃତଦେହ ପଠାଇବା ବ୍ୟବସ୍ଥା, ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଯାହା ଖର୍ଚ୍ଚ ତାହା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଭରଣା କରାଯାଉଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories