www.samajalive.in
Sunday, December 14, 2025
23.1 C
Bhubaneswar

ଘସିପୁରା ନିର୍ବାଚନ ମଣ୍ଡଳୀରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରେ ଆଇନ ଶୃଙ୍ଖଳା ପରିସ୍ଥିତ ବିପର୍ଯ୍ୟନ୍ତ ହୋଇଥିବା ଅଭିଯୋଗ ହୋଇଛି। ଗତ ବର୍ଷେବ୍ୟାପୀ ଶାସକ ବିଜେଡି ଦଳ ପକ୍ଷରୁ ଯେଭଳି ଭାବେ ନୀରିହ ଜନତାଙ୍କ ଉପରେ ଆକ୍ରମଣ କରି ହତ୍ୟାକାଣ୍ଡ ଭିଆଇ ଚାଲିଛନ୍ତି ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି ଯେ, ଘସିପୁରା ନିର୍ବାଚନମଣ୍ଡଳୀରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଭୋଟରଙ୍କୁ ଭୟଭୀତ କରାଇ ନିଜ ସପକ୍ଷରେ ମତ ହାତେଇବକୁ ଏଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଉଥିବା ବରିଷ୍ଠ ବିଜେପି ନେତା ମହେଶ୍ୱର ସାହୁ ମଙ୍ଗଳବାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରଞ୍ଚି ପ୍ରସାଦ ଦେହୁରୀଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଜୁଲାଇ ୨୦୨୨ରେ ଏହି ନିର୍ବାଚନମଣ୍ଡଳୀ ଅଧିନ ଖଲଣା ଗ୍ରାମର ସୁନନ୍ଦ ସେଠୀଙ୍କୁ ବିଜେଡି କର୍ମୀଙ୍କ ଦ୍ୱାରା ହତ୍ୟା, ୨୮ ଅପ୍ରେଲ ୨୦୨୩ରେ ଶାଳଦେଇ ଗ୍ରାମର ମଲ୍ଲୀ ଜେନାଙ୍କୁ ସର୍ବସମ୍ମୁଖରେ ଅଶାଳୀନ ବ୍ୟବହାର ସହିନପାରି ମୃତ୍ୟୁବରଣ କରିବା, ୪ ମେ ୨୦୨୩ରେ ତରିମୁଳ ଗ୍ରାମର ରାଜୀବ ଲୋଚନ ଜେନାଙ୍କୁ ଭୁଜାଲିରେ ଆକ୍ରମଣ କରି ଗୁରୁତର ଭାବେ ଚିକିତ୍ସାଳୟରେ ଭର୍ତ୍ତି ହେବା, ୨୯ ମେ ୨୦୨୩ରେ ବିନିଦା ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସମିତିସଭ୍ୟାଙ୍କୁ ହତ୍ୟା କରିବା ଭଳି ଘଟଣା ଘସିପୁରା ନିର୍ବାଚନମଣ୍ଡଳୀରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ପ୍ରମାଣିତ କରୁଛି ବୋଲି ବିଜେପି ନେତା ଶ୍ରୀ ସାହୁ କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଉକ୍ତ ନିର୍ବାଚନମଣ୍ଡଳୀରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାହୁଙ୍କ ନେତୃତ୍ୱରେ ଯଜ୍ଞପ୍ରସାଦ ସାହୁ, ଅଜୟ କୁମାର ସାହୁ, ପ୍ରକାଶ ଚନ୍ଦ୍ର ସୂତ୍ରଧର, ସୁବ୍ରତ ମହାନ୍ତି, ରବୀନ୍ଦ୍ର କୁମାର ମହାନ୍ତ ଓ ସାବିତ୍ରୀ ବିଶ୍ୱାଳ ପ୍ରମୁଖ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେହୁରୀଙ୍କୁ ଭେଟି ଦାବି କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories