www.samajalive.in
Sunday, December 14, 2025
26.1 C
Bhubaneswar

ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଏମସ ଆସିଲା ୫ଟି କଣ୍ଟେନର

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ମୃତଦେହ କଣ୍ଟେନରରେ ରଖାଯିବ। ଭୁବନେଶ୍ବର ଏମ୍‌ସ ପକ୍ଷରୁ ମୃତଦେହ ସଂରକ୍ଷଣ ପାଇଁ କଣ୍ଟେନର ମଗାଯାଇଛି ବୋଲି ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସଙ୍କ ସୂଚନା ଦେଇଛନ୍ତି।

ପ୍ରଫେସର ବିଶ୍ବାସ କହିଛନ୍ତି ଯେ ଏବେ ବି ଆମ ପାଖରେ ଆହୁରି ୮୦ଟି ମୃତଦେହ ରହିଛି। ସେଗୁଡ଼ିକ ସଂରକ୍ଷଣ ପାଇଁ ଆମ ପାଖରେ ଡିପଫ୍ରିଜ ଅଭାବ ରହିଛି। ତେଣୁ ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଆଣିଛୁ। ପ୍ରତି କଣ୍ଟେନରରେ ୪୦ରୁ ୫୦ ମୃତଦେହ ସଂରକ୍ଷିତ ରହିପାରିବ। କଣ୍ଟେନରରେ ଦୀର୍ଘଦିନ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ । ଏମ୍‌ସରେ ଥିବା ଡିପିଫ୍ରିଜ୍ ଓ କୋଲ୍ଡ ଷ୍ଟୋରେଜ୍‌ରେ ବହୁଦିନ ମୃତଦେହ ରଖିବା ସମ୍ଭବ ନୁହେଁ ତେଣୁ ଏହି ଜରୁରୀ ପଦକ୍ଷେପ ନିଆଯାଇଛି ବୋଲି ଭୁବନେଶ୍ବର ଏମ୍‌ସ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories