www.samajalive.in
Friday, December 12, 2025
19.1 C
Bhubaneswar

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ୨ ଡ୍ରାଇଭର ଓ ଗାର୍ଡଙ୍କ ବୟାନ ରେକର୍ଡ

ଭୁବନେଶ୍ବର: ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ୨ ଡ୍ରାଇଭର ଓ ଗାର୍ଡଙ୍କ ବୟାନ ରେକର୍ଡ ହୋଇଛି ବୋଲି ଦକ୍ଷିଣପୂର୍ବ ରେଳପଥ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି ଯେ ଉଭୟ ଲୋକୋ ପାଇଲଟ ଓ ଗାର୍ଡ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ୩ଜଣଙ୍କ ଅବସ୍ଥା ସ୍ଥିର ରହିଛି। ସେମାନଙ୍କ ବୟାନ ରେକର୍ଡ ହୋଇଛି। ଏହି ୩ଜଣଙ୍କ ସହ ଷ୍ଟେସନରେ କାର୍ଯ୍ୟରତ ଅନ୍ୟମାନଙ୍କ ବୟାନ ନିଆଯାଇଛି। ଷ୍ଟେସନର ମେଣ୍ଟେନର, ପଏଣ୍ଟମ୍ୟାନଙ୍କ ବୟାନ ରେକର୍ଡ ହୋଇଛି।

୨ ଡ୍ରାଇଭର ଓ ଗାର୍ଡଙ୍କ ବୟାନ ଅନୁଯାୟୀ କରମଣ୍ଡଳ ପାଇଁ ମେନ ଲାଇନରେ ଗ୍ରୀନ ସିଗ୍ନାଲ ଥିଲା। ଗ୍ରୀନ ସିଗ୍ନାଲ ଥିବାରୁ ନିର୍ଦ୍ଧାରିତ ଗତିରେ ଟ୍ରେନ ଯାଉଥିଲା। କରମଣ୍ଡଳର ଅନୁମୋଦିତ ବେଗ ୧୩୦ କିମି। ଟ୍ରେନ ୧୨୮ କିମି ବେଗରେ ଗତି କରୁଥିଲା। ବାହାନଗା ଷ୍ଟେସନରୁ ମାତ୍ର କିଛି ଦୂରରେ କରମଣ୍ଡଳ ଲୁପ ଲାଇନକୁ ଚାଲିଯାଇଥିଲା। ସେଠାରେ ଠିଆ ହୋଇଥିବା ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା। ଏବେ ରେଲୱେ ସେଫ୍ଟି କମିଶନର ଓ ସିବିଆଇ ଉଭୟ ତଦନ୍ତ କରିବେ। ଉଭୟଙ୍କ ଦନ୍ତ ରିପୋର୍ଟ ମିଳିବା ପରେ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦକ୍ଷିଣପୂର୍ବ ରେଳପଥ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ପ୍ରକାଶ କରିଛନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories