www.samajalive.in
Sunday, December 14, 2025
19.1 C
Bhubaneswar

ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା; ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାଲଲାରେ ସୋମବାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ହାଇକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ସିସୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ସ୍ତ୍ରୀଙ୍କ ଅସୁସ୍ଥତା ଦର୍ଶାଇ ମନୀଷ ସିସୋଦିଆ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ। ଜୁନ୍‌ ୩ ତାରିଖରେ କୋର୍ଟରେ ହୋଇଥିବା ଶୁଶାଣିରେ ବିଚାରପତି ଦୀନେଶ କୁମାର ଶର୍ମା ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହା ଉପରେ ରାୟ ଶୁଣାଇ ସିସୋଦିଆଙ୍କୁ ୬ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରିଦେଇଛନ୍ତି ହାଇକୋର୍ଟ।

ଅପରପକ୍ଷେ, ସିସୋଦିଆକୁ ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରି କୋର୍ଟ ତାଙ୍କୁ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ମନୀଷ ସିସୋଦିଆଙ୍କୁ ଉଭୟ ଡାକ୍ତରଖାନା କିମ୍ବା ଘରକୁ ଯିବାକୁ ଅନୁମତି ଦିଆଯାଇଛି। ସେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଘର କିମ୍ବା ଡାକ୍ତରଖାନାକୁ ଯାଇପାରିବେ। କୋର୍ଟ କହିଛନ୍ତି, ଏହି ସମୟ ମଧ୍ୟରେ ଆବେଦନକାରୀ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କାହା ସହ ଯୋଗାଯୋଗ କରିବେ ନାହିଁ। ଏହା ବ୍ୟତୀତ ମୋବାଇଲ୍‌ ମଧ୍ୟ ଦିଆଯିବନାହିଁ। ଗଣମାଧ୍ୟମରୁ ଦୂରେଇ ରହିବେ। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ସିସୋଦିଆ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଯିବା ବେଳେ ସେଠାରେ ଯେପରି ମିଡିଆ ପ୍ରତିନିଧିଙ୍କ ଭିଡ଼ ନହୁଏ, ସେଥିପ୍ରତି ପ୍ରତି ଦିଲ୍ଲୀ ପୁଲିସ ଯତ୍ନବାନ୍‌ ହେବେ। ସିସୋଦିଆ ମୋବାଇଲ୍ ଫୋନ୍ କିମ୍ବା ଇଣ୍ଟରନେଟ୍ ମଧ୍ୟ ବ୍ୟବହାର କରିପାରିବେ ନାହିଁ।

- Advertisement -

ସୂଚନାଯୋଗ୍ୟ, ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା ଲାଗି ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କୁ ଶନିବାର ପୂର୍ବାହ୍ନ ୧୦ରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ, ସେ ଘରେ ପହଞ୍ଚିବା ପୂର୍ବରୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ (ସ୍ତ୍ରୀ) ତୁରନ୍ତ ଦିଲ୍ଲୀସ୍ଥିତ ‘ଏଲ୍‌ଏନ୍‌ଜେପି’ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହାଇକୋର୍ଟ ସ୍ପଷ୍ଟ କରି କହି‌ଥିଲେ ଯେ, ଏହି ଜାମିନ ସମୟରେ ସିସୋଦିଆ ତାଙ୍କ ବାସଭବନରେ ଗୃହବନ୍ଦୀ ଭାବେ ରହିବେ। ସେ ଗଣମାଧ୍ୟମକୁ କିଛି କହିବେ ନାହିଁ କିମ୍ବା ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଭେଟି ପାରିବେ ନାହିଁ। ଏହି କାରଣରୁ ସେ ନିଜ ପତ୍ନୀଙ୍କୁ ଡାକ୍ତରଖାନା ଯାଇ ଭେଟିପାରିନଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ମନୀଷ ସିସୋଦିଆଙ୍କୁ ଫେବୃୟାରୀ ୨୬ ତାରିଖରେ ଦୀର୍ଘ ସମୟ ପଚରାଉଚରା କରିବା ପରେ ଗିରଫ କରିଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories