www.samajalive.in
Saturday, December 6, 2025
26.1 C
Bhubaneswar

ଲାଞ୍ଜିଗଡ଼ରୋଡ଼ ରେଳ ଜଙ୍କ୍‌ସନରେ ରହିଲା ଜୁନାଗଡ଼ରୋଡ଼-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ୍

ଲାଞ୍ଜିଗଡ: ଦୀର୍ଘ ଦିନର ଦାବି ଓ ଅଭିଯୋଗ ଶେଷରେ ଫଳପ୍ରଦ ହୋଇଛି। ଅଞ୍ଚଳର ଲକ୍ଷାଧିକ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାର ଏକମାତ୍ର ରେଳ ଜଙ୍କ୍‌ସନ ଲାଞ୍ଜିଗଡ଼ରୋଡ଼ଠାରେ ରବିବାର ରାତିରେ ଜୁନାଗଡ଼ ରୋଡ଼-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନ୍ ରହଣି କରିଛି। ମହାମାରୀ କରୋନାର ଭୟାବହତା ସମୟରୁ ଏହାର ରହଣି ବାତିଲ ଥିଲା। ଏହି ରେଳ ଜଙ୍କସନରେ କଳାହାଣ୍ଡିର ଲାଇଫ ଲାଇନ୍ କୁହାଯାଉଥିବା ଜୁନାଗଡ଼ରୋଡ଼-ଭୁବନେଶ୍ବର ଏକ୍ସପ୍ରେସ୍ ଟ୍ରେନର ରହଣିକୁ ନେଇ ଉତ୍ସାହିତ ଥିବା ଅଞ୍ଚଳବାସୀ ଟ୍ରେନ୍ ରହଣିର ନିର୍ଦ୍ଧାରିତ ସମୟରେ ରେଳ ଷ୍ଚେସନ ପରିସରରେ ଟ୍ରେନକୁ ସ୍ବାଗତ କରିବାକୁ ଉପସ୍ଥିତ ରହିଥିଲେ। ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ନିରାଡ଼ମ୍ବର ଭାବେ ଟ୍ରେନକୁ ସ୍ବାଗତ କରାଯାଇଥିଲା।

ସେହିପରି ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ଏଥିରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରତିନିଧି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ବିଜେପି ସଂଖ୍ୟାଲଘୁ ସେଲର ନେତା ଫିରୋଜ ଖାନ, ବିଜେପି ନେତା ତୁଳସୀ ମାଝୀ, ମଧୁସୂଦନ ବାଗଙ୍କ ସମେତ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ବିଜେଡି ନେତା ଚନ୍ଦ୍ରଶେଖର ମହାପାତ୍ର, ବରିଷ୍ଠ ନାଗରିକ ଦୀପକ ମହାପାତ୍ର, ଅଭିମନ୍ୟୁ ପାତ୍ର, ନିରଞ୍ଜନ ପାତ୍ର, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ଗଉଡ଼, କେଶବଚନ୍ଦ୍ର ବାରିକ, ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ସୁଶ୍ରୀ ମମତା ଶବର, ସମିତିସଭ୍ୟା ମୁକ୍ତା ଭୋଇ, ନାଏବ ସରପଞ୍ଚ ଅନଙ୍ଗ ମାଝୀ, ପୂର୍ବତନ ସରପଞ୍ଚ ସୂର୍ଯ୍ୟକାନ୍ତି ମାଝୀ, ମହିଳା ନେତ୍ରୀ ସରୋଜିନୀ ପ୍ରଧାନ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ବିଜେପି ଯୁବନେତା ଜ୍ୟୋତିରଞ୍ଜନ ମହାପାତ୍ର, ଯୁବ ଲେଖକ ଓ ସମାଜସେବୀ ସୁଶୀଲ କୁମାର ବାଗଙ୍କ ସମେତ ଶତାଧିକ ମହିଳା, ପୁରୁଷ, ଯୁବବର୍ଗ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, ପୁଲିସ କର୍ମୀ ବିଶ୍ବନାଥ ମହଲା ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଉପସ୍ଥିତ ରହିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories