କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ରବିବାର ଶ୍ରୀଜୀଉଙ୍କ ସ୍ନାନ ଉତ୍ସବ ପାଳିତ ହୋଇଯାଇଛି । ସକାଳୁ ସେବାୟତ ଓ ଦଇତାପତି ମାନେ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ମହାପ୍ରଭୁଙ୍କୁ ଖେଚୁଡିଅନ୍ନ ଭୋଗ ଲାଗି କରିବା ପରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ନେଇଥିଲେ । ଅପରାହ୍ନ ସମୟରରେ ଶ୍ରୀଜୀଉଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ନିଯାଇଥିଲା । ସେବାୟତ ମାନେ ନାଗାବଳୀ ନଦୀରୁ ସୁବାସିତ ଜଳ ନେଇ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ଶ୍ରୀଜୀଉଙ୍କୁ ସ୍ନାନ କରାଇଥିଲେ। ସନ୍ଧ୍ୟା ସମୟରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ହାତୀ ବେଶରେ ସୁସଜ୍ଜିତ କରିବା ପରେ ଭକ୍ତମାନେ ଦର୍ଶନ କରିଥିଲେ । ପୁଣି ପୂଜା ପାଠ କରିବା ପରେ ରାତି ୮ଟା ସମୟରେ ଜୀଉଙ୍କୁ ଅଣସର ଘରେ ପ୍ରବେଶ କରାଯାଇଥିଲା । ସେଠାରେ ଶ୍ରୀଜୀଉଙ୍କୁ ଉପଚାର କରାଯିବା ପରେ ନେତ୍ର ଉତ୍ସବ ଦିନ ନବଯୌବନ ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ କହିଛନ୍ତି ।
Comments are closed.