www.samajalive.in
Sunday, December 7, 2025
16.1 C
Bhubaneswar

ବିପଦ ସଙ୍କୁଳ ଅବସ୍ଥାରେ ଅରଙ୍ଗାମୁହଁ ଯୋର ପୋଲ

ନେମାଳ : ସହରାଞ୍ଚଳପରି ଗ୍ରାମାଞ୍ଚଳରେ ଗମନା ଗମନର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରିବା ସହ ସଡକ ଯୋଜନା ପରି ଜନକଲ୍ୟାଣ କାର୍ଯ୍ୟ ହାତକୁ ନେଇଛନ୍ତି। କିନ୍ତୁ ପରିତାପର ବିଷୟ ଦିର୍ଘଦିନ ହେବ ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର ପଞ୍ଚାୟତ ସ୍ଥିତ ଅରଙ୍ଗାମୁହଁ ଯୋର ପୋଲଟି ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବାରୁ ସାଧାରଣ ଲୋକଙ୍କ ସୁବିଧା ସୁଯୋଗ ପରିବର୍ତ୍ତେ ଦୁଃଖ ଦୁର୍ଦ୍ଦଶା ବଢାଇ ଦେଇଛି। ଏପରିକି ଉକ୍ତ ଅରଙ୍ଗାମୁହଁ ଯୋର ପୋଲଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଖବରଅନୁସାରେ ଦେମାଣ୍ଡୋ – ଅରେଇ ରାସ୍ତାରୁ ମା’ ବୃଦ୍ଧାଚଣ୍ଡୀ ପୀଠକୁ ଯାଇଥିବା ଏହି ଢଳେଇ ପୋଲଟି ଗତ କିଛି ଦିନ ହେବ ଦବି ଯିବା ସହ ଗୋଟିଏ ଫାଳ ସଂପୂର୍ଣ୍ଣ ଭୁଷୁଡି ପଡିଛି। ଫଳରେ ମା’ ବୃଦ୍ଧା ଚଣ୍ଡୀଙ୍କ ପୀଠକୁ ଯାଉଥିବା ବହୁ ଶ୍ରଦ୍ଧାଳୁ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ଥିତି ସେହିପରି ଜେନା ସାହି, ଦକ୍ଷିଣ ସାହି, ଭଣ୍ଡାରୀ ସାହି ଆଦି ଗ୍ରାମର ୧୦୦ ରୁ ଉର୍ଦ୍ଧ ପରିବାରଙ୍କ ନିୟମିତ ଗମନାଗମନ ଏବେ ମୁଖ୍ୟ ସମସ୍ୟା ପାଲଟିଛି। ଦୀର୍ଘ ଦିନ ଧରି ଦାବି ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ସେଥିପ୍ରତି ଦୃଷ୍ଟି ନଦେବାରୁ ଆଗାମୀ ଦିନରେ ଏହି ପୋଲଟି ସଂପୂର୍ଣ୍ଣ ଭୁଷୁଡି ପଡିବା ଆଶଙ୍କା ଦେଖାଦେଇଛି। ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସୁଚନାଯୋଗ୍ୟ ଉକ୍ତ ପୋଲ ଉପରେ ଦେଇ ଦୈନିକ ଶତାଧିକ ଲୋକେ ଯାତାୟତ କରୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗମନାଗମନ ପାଇଁ ଉକ୍ତ ପୋଲ ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ପଥଚାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଭବିଷ୍ୟତରେ କିଛି ଅଘଟଣ ଘଟିବା ପୂର୍ବରୁ ଉକ୍ତ ବିପଦପୁର୍ଣ୍ଣ ପୋଲକୁ ତୁରନ୍ତ ମରାମତି କରିବା ସହିତ ଦୁଇ ପାର୍ଶ୍ବରେ ବାଡ ନିର୍ମାଣ କରାଇବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories