www.samajalive.in
Saturday, December 13, 2025
26.1 C
Bhubaneswar

ରକ୍ତ କର୍କଟରେ ପୀଡ଼ିତ ବାଳକକୁ ଆର୍ଥିକ ସହାୟତା ପ୍ରଦାନ କଲେ ପୂର୍ବତନ ବିଧାୟିକା

ରେଙ୍ଗାଲି: ସମ୍ବଲପୁର ନିର୍ବାଚନ ମଣ୍ଡଳୀରର ପୂର୍ବତନ ବିଧାୟିକା ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଓ ବିଜେଡି ପ୍ରବକ୍ତା ଡଃ ରାସେଶ୍ୱରୀ ପାଣିଗ୍ରାହୀ ରକ୍ତ କର୍କଟରେ ଆକ୍ରାନ୍ତ ବାଳକ ଇଶାନ୍ତ ମହାନନ୍ଦଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରେଙ୍ଗାଲି ବ୍ଳକ୍ ଜୋନ ୨ ଅନ୍ତର୍ଗତ ଲଇଡା ପଞ୍ଚାୟତର ରଙ୍ଗଟିକ୍ରା ଗ୍ରାମର ଇଶାନ୍ତ ମହାନନ୍ଦ ଦୀର୍ଘ ଦିନରୁ ରକ୍ତ କର୍କଟରେ ପୀଡ଼ିତ। ଏହି ଖବର ପାଇ ଡଃ ପାଣିଗ୍ରାହୀ ଇଶାନ୍ତଙ୍କ ଚିକିତ୍ସା ପାଇଁ ପିତା ଉପେନ୍ଦ୍ର ମହାନନ୍ଦଙ୍କୁ ନିଜେ ଗଢିଥିବା ଡଃ. ରାସେଶ୍ୱରୀ ପାଣିଗ୍ରାହୀ ୱେଲ୍ ଫେଆର୍ ଟ୍ରଷ୍ଟ ପାଣ୍ଠିରୁ ୧୫.୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିମ୍ନ ମଧ୍ୟବିତ୍ତ ପରିବାରର ଉପେନ୍ଦ୍ର ମହାନନ୍ଦ ତାଙ୍କ ପୁଅ ଇଶାନ୍ତଙ୍କୁ ବିଭିନ୍ନ ସମୟରେ କୁଚିଣ୍ଡା, ବୁର୍ଲା ଓ କଟକକୁ ନେଇ ଚିକିତ୍ସା କରାଇଥିଲେ। ମାତ୍ର ଡାକ୍ତରଙ୍କ ନିର୍ଦ୍ଦେଶରେ ସେ ଏବେ ମୁମ୍ବଇ ସ୍ଥିତ ଟାଟା ମେମୋରିଆଲ କର୍କଟ ହସ୍ପିଟାଲରେ ପୁଅର ଚିକିତ୍ସା କରୁଛନ୍ତି। ଏ ଖବର ଶୁଣିଲା ଶୁଣିଲା ପରେ ପରିସ୍ଥିତିକୁ ହୃଦୟଙ୍ଗମ କରି ଡଃ. ରାସେଶ୍ୱରୀ ପାଣିଗ୍ରାହୀ ୱେଲ୍ ଫେଆର୍ ଟ୍ରଷ୍ଟ ପାଣ୍ଠିରୁ ୧୫.୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଥିବାରୁ ଜିଲ୍ଲା ପରିଷଦ ସଭ୍ୟ ଦେ ନାରାୟଣ ତିୱାରୀ ଏବଂ ରଙ୍ଗଟିକ୍ରାବାସୀ ଡଃ. ପାଣିଗ୍ରାହୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥି ସହିତ ମା’ ସମଲେଇଙ୍କଠାରେ ପୀଡ଼ିତ ଶିଶୁ ଓ ସହାୟତା ପ୍ରଦାନ କରିଥିବା ଡଃ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ମଙ୍ଗଳ ଏବଂ ଦୀର୍ଘାୟୁ କାମନା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories