www.samajalive.in
Sunday, December 14, 2025
16.1 C
Bhubaneswar

ବାପା-ମାଆ ଛେଉଣ୍ଡ ୩ ପିଲାଙ୍କ ଦାୟିତ୍ୱ ନେଲେ ମନ୍ତ୍ରୀ ପ୍ରୀତିରଞ୍ଜନ

ଯାଜପୁର: ଯାଜପୁର ଜିଲା ଦାନଗଦୀ ବ୍ଲକ ଓସ୍ତପାଳ ପଞ୍ଚାୟତର ପ୍ରମୋଦ ନାଥ ଏବଂ ତାଙ୍କ ପତ୍ନୀଙ୍କର ଅକାଳ ମୃତ୍ୟୁ ପରେ ବେସାହାରା ହୋଇଯାଇଛନ୍ତି ତାଙ୍କର ୨ ଝିଅ ଏବଂ ଏକମାତ୍ର ଶିଶୁପୁତ୍ର। ବାପା-ମାଆ ଛେଉଣ୍ଡ ତିନି ସନ୍ତାନଙ୍କ ଆଖିରୁ ଲୁହ ଶୁଖୁନାହିଁ। ଏହି ହୃଦୟ ବିଦାରକ ଖବର ଶୁଣି ତୁରନ୍ତ ଓସ୍ତପାଳ ଗାଁରେ ପହଞ୍ଚିଥିଲେ ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ସମସ୍ତଙ୍କ ସହିତ ଏନେଇ ଆଲୋଚନା କରିବା ପରେ ବଡ଼ ଭଉଣୀ ଇତିଶ୍ରୀଙ୍କ ଉଚ୍ଚଶିକ୍ଷାର ଦାୟିତ୍ୱ ନେବା ସହ ସାନ ଭଉଣୀ ସ୍ମୃତିରେଖା ଓ ପୁଅ ସତ୍ୟଜିତଙ୍କ ପାଠପଢ଼ାର ଦାୟିତ୍ୱ ନେଇଛନ୍ତି ମନ୍ତ୍ରୀ ଘଡ଼ାଇ। ତୁରନ୍ତ ଶୁଦ୍ଧିକ୍ରିୟା ଲାଗି ଆର୍ଥିକ ସହଯୋଗ ପ୍ରଦାନ କରିବା ସହ ଏହି ପରିବାରର ସାମାଜିକ ଦାୟିତ୍ୱ ନେବା ଲାଗି ବିଜେଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଗ୍ରାମର ମୁରବୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି ‘‘ମୁଁ ମୋର କର୍ତ୍ତବ୍ୟ କରିଛି। ଅସମୟରେ ସେମାନଙ୍କ ପାଖରେ ଛିଡା ହେବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଏଭଳି ବିପଦ ଭଗବାନ କାହାକୁ ନ ଦିଅନ୍ତୁ’’।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories