www.samajalive.in
Thursday, December 11, 2025
15.1 C
Bhubaneswar

ହାତ ବାନ୍ଧି ବସିଛନ୍ତି ଶ୍ରମିକ : ମେସିନ ଖୋଳୁଛି ମନରେଗା ପୋଖରୀ

ଦେବଗଡ଼ : ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ କେନ୍ଦ୍ର ସରକାର ସମଗ୍ର ଦେଶରେ କାର୍ଯ୍ୟକାରୀ କରୁଛନ୍ତି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)। ମାତ୍ର ରାଜ୍ୟର ଅନ୍ୟତମ ଅନୁନ୍ନତ ତଥା ଶ୍ରମିକ ବହୁଳ ଦେବଗଡ ଜିଲ୍ଲାରେ ଏହି ଯୋଜନାର କେତେ ସୁଫଳ ମିଳୁଛି ତାହା ବାରକୋଟ ବ୍ଲକ ବସାଲଇ ଗ୍ରାମ ପଂଚାୟତର କୁଣ୍ଡାପିଠା ଗ୍ରାମରେ ଚାଲିଥିବା କୁଣ୍ଡାପିଠା ସ୍କୁଲ କଟାର ଉନ୍ନତିକରଣ କାର୍ଯ୍ୟରେ ପରିଲକ୍ଷିତ ହୋଇଛି। ସରକାରୀ ନୀତି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ ଦିନ ଦ୍ୱି’ ପ୍ରହରେ ଶ୍ରମିକ ବଦଳରେ ମେସିନ ବ୍ୟବହାର କରାଯାଇ କୁଣ୍ଡାପିଠା ସ୍କୁଲ କଟାର ଉନ୍ନତି କରଣ କରାଯାଉଥିବା ଦେଖିବାକୁ ମିଳୁଛିି ।

- Advertisement -

ମିଳିଥିବା ସୂଚନା ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ଏହି କୁଣ୍ଡାପିଠା ସ୍କୁଲ କଟା(ପୋଖରୀ)ର ଉନ୍ନତିକରଣ ନିମନ୍ତେ ମନରେଗା ଯୋଜନାରୁ ମୋଟ ୫ ଲକ୍ଷ ଟଙ୍କା ମଂଜୁର କରିଥିଲେ। ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ଶ୍ରମିକ ମାନଙ୍କ ଦ୍ୱାରା ଉକ୍ତ କଟାର ଉନ୍ନତିକରଣ କରାଯିବା କଥା। ମାତ୍ର ବିଡମ୍ବନାର ବିଷୟ ଏହା ଯେ, ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଦିନ ଦ୍ୱିପ୍ରହରେ ମେସିନ ସାହଯ୍ୟରେ ମାଟିଖୋଳା ଓ ଏହାର ଉନ୍ନତି କରଣ କାର୍ଯ୍ୟ କରାଯାଉଛି । ଫଳରେ କାମଧନ୍ଦା ଅଭାବରୁ ହାତବାନ୍ଧି ବସିଥିବା ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ନୈରାଶ୍ୟ ଭାବ ପ୍ରକାଶ ପାଇଛି । ଏହି ମନରେଗା କାର୍ଯ୍ୟରେ ଶ୍ରମିକ ବଦଳରେ ମେସିନ ବ୍ୟବହାର ସମ୍ପର୍କରେ ଶ୍ରମିକ ମାନେ ଗ୍ରାମ ରୋଜଗାର ସହାୟକ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଂଚଳବାସୀ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ବସାଲଇ ଗ୍ରାମ ପଂଚାୟତର ଗ୍ରାମ ରୋଜଗାର ସହାୟକ ପ୍ରକାଶ ସାହୁଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ଏହା ସମ୍ଭବ ହୋଇନାହିଁ ।  ଗ୍ରାମ ପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ବେହେରା ଓ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କଲ୍ୟାଣୀ ସେଠୀଙ୍କ ମତାମତ ଲୋଡିବାରୁ ମେସିନ ବ୍ୟବହାର ହେଉଥିବା ନେଇ ସେମାନଙ୍କ ନିକଟରେ କୌଣସି ସୂଚନା ନଥିବା ଉତ୍ତର ଦେଇଛନ୍ତି । ତେବେ ସେ ଯାହା ହେଉନା କାହିଁକି ଦିନ ଦ୍ୱିପ୍ରହରେ ମେସିନ ସହାୟତାରେ ମନରେଗା କାର୍ଯ୍ୟ କରାଯାଉଥିବାରୁ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି। ସେହିପରି ଦେବଗଡ ଜିଲ୍ଲାପାଳ ନିଜେ ଏ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories