www.samajalive.in
Sunday, December 14, 2025
26.1 C
Bhubaneswar

ବହଡାପଦା ଗାଁରେ ବ୍ୟାପୁଛି ହାଡଫୁଟି, ୨ ଶିଶୁ ଗୁରୁତର

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବ୍ଲକ ବାହାଡାପଦା ଶବର ସାହି ଗାଁରେ ହାଡଫୁଟି ବ୍ୟାପୁଛି। ୧୫ରୁ ଉର୍ଦ୍ଧ୍ୱ ହାଡଫୁଟି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଅନେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଥିବା ଜଣାପଡିଛି।‌ ତେବେ ଏବେ ବି ଗ୍ରାମରେ ୪ ଜଣ ଶିଶୁ ହାଡଫୁଟି ଆକ୍ରାନ୍ତ ହୋଇ ରହିଥିବା ବେଳେ ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ଆଉ କିଛି ଶିଶୁ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ମାସେ ହେଲାଣି ଗାଁରେ ହାଡଫୁଟି ବ୍ୟପିଥିଲେ ମଧ୍ୟ ଗାଁରେ ମେଡିକାଲ୍ ଟିମ୍ ପହଞ୍ଚିନାହିଁ। ଗ୍ରାମବାସୀ ଚେରମୁଳି ଚିକିତ୍ସା ସହ ଝାଡଫୁଙ୍କ ଉପରେ ନିର୍ଭର କରୁଛନ୍ତି। କେବଳ ସ୍ବାସ୍ଥ୍ୟ କର୍ମୀ ଗାଁରେ ପହଞ୍ଚି କିଛି ଜଣଙ୍କୁ ଚିକିତ୍ସା କରିଥିବା ଜଣାପଡ଼ିଛି। ଗାଁରେ ତୁରନ୍ତ ମେଡିକାଲ୍ ଟିମ୍ ପହଞ୍ଚି ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ମେଡିକାଲ ଟିମକୁ ଏନେଇ ସୂଚନା ଦିଆଯାଇଛି ଓ ପ୍ରାଥମିକ ଚିକିତ୍ସା ସେବା ନିୟମିତ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟ କର୍ମୀ ଯ୍ୟୋତିଲାଲ ଗୌଡ଼ କହିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories