www.samajalive.in
Monday, December 8, 2025
20.1 C
Bhubaneswar

ଦ୍ୱିତୀୟ ଦିନରେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ; ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

କେନ୍ଦୁଝରଗଡ଼: ରାଜ୍ୟ ମିଳିତ ଅମଲା ମଞ୍ଚ ନିଷ୍ପତ୍ତିକ୍ରମେ ୪୨୦୦ଟଙ୍କା ଗ୍ରେଡ ପେ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ରାଜ୍ୟବ୍ୟାପୀ ଅମଲାମାନଙ୍କ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚିଛି। କେନ୍ଦୁଝର ଜିଲା ମିଳିତ ଅମଲା ମଞ୍ଚ ଅଧିନରେ ଥିବା ୧ ହଜାରରୁ ଊର୍ଦ୍ଧ୍ବ ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଜାରି ରଖିଛନ୍ତି। କେନ୍ଦୁଝର ଉପଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ସମୂହ ଛୁଟିରେ ରହି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରତ ଥିବା ବେଳେ ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡ ଅଧିନରେ କାର୍ଯ୍ୟରତ ଅମଲା ସମ୍ପୃକ୍ତ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ସାମିଲ ହୋଇଛନ୍ତି। ଜିଲାବ୍ୟାପୀ ସମସ୍ତ ଅମଲା ସମୂହ ଛୁଟିରେ ରହି ଆନ୍ଦୋଳନକୁ ଜୋରଦାର କରିବା କାରଣରୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବାସହ ହିତାଧିକାରୀ ସେବାରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି।

ଅମଲାଙ୍କ ସମୂହ ଛୁଟି ଆଳ ଦେଖାଇ କେତେକ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟରଠାରୁ ଆରମ୍ଭ କରି ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ମଧ୍ୟ ଅନୁପସ୍ଥିତି ଦେଖିବାକୁ ମିଳିଛି। କେଉଁଠି କାର୍ଯ୍ୟାଳୟରେ ଲାଇଟ୍‌‌ ଫ୍ୟାନ ଚାଲିଛି ତ ଆଉ କେଉଁଠି ସମ୍ପୂର୍ଣ୍ଣ କାର୍ଯ୍ୟାଳୟରେ ତାଲା ଝୁଲିବା ଦେଖିବାକୁ ମିଳିଛି। ଖୋଦ୍‌‌ ଜିଲା ମୁଖ୍ୟାଳୟର ଅଧିକାଂଶ କାର୍ଯ୍ୟାଳୟରେ ଲାଇଟ୍‌‌ ଓ ଫ୍ୟାନ ଚାଲିବା ସହ କାର୍ଯ୍ୟାଳୟ ଖାଲି ପଡ଼ିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଜିଲା ଉପନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟଫାଟକ ସମେତ କାର୍ଯ୍ୟାଳୟରେ ତାଲା ଝୁଲିବା ହିତାଧିକାରୀଙ୍କୁ ନିରାଶ କରିଛି। ମିଳିତ ଅମଲା ମଞ୍ଚ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ରଣା, ଜିଲା ରାଜସ୍ୱ ଅମଲା ସଂଘ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର ଓ ସମ୍ପାଦକ ପ୍ରଭାତେନ୍ଦୁ ନାଏକ, ଓଡ଼ିଶା ଟ୍ରେଜେରୀ ସଂଘ ସଭାନେତ୍ରୀ ଗିତାରାଣୀ ପାତ୍ର, ଓଡ଼ିଶା ଅମଲା ସଂଘ ସଭାପତି ଅଭିମନ୍ୟୁ ପ୍ରଧାନ, ସବ୍‌‌ରେଜେଷ୍ଟ୍ରୀ ସଂଘ ସଭାପତି ରାକେଶ କୁମାର ରଥ ପ୍ରମୁଖଙ୍କ ନେତୃତ୍ୱରେ ଜିଲାର ୩୨ଟି ବିଭାଗର ୧ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ସମୂହ ଛୁଟିରେ ରହି ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବ୍ୟାପକ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories