www.samajalive.in
Sunday, December 14, 2025
26.1 C
Bhubaneswar

ଶିଖ୍‌‌ ବିରୋଧୀ ଦଙ୍ଗା ମାମଲା, ପୁଣି ଜେରାର ସମ୍ମୁଖୀନ ହେବେ ଟାଇଟଲର

ଡେସ୍କ: କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କୁ ୧୯୮୪ ଶିଖ୍‌‌ ବିରୋଧୀ ଦଙ୍ଗା ମାମଲାରେ ଏକ ସ୍ୱତନ୍ତ୍ର ଅଦାଲତରେ ଜେରା କରିବା ନେଇ ଦିଲ୍ଲୀର ଏକ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି। ଶ୍ରୀ ଟାଇଟଲର ୧୯୮୪ ଶିଖ୍‌‌ ବିରୋଧୀ ଦଙ୍ଗା ମାମଲାରେ ଅଭିଯୁକ୍ତ ଅଛନ୍ତି। ତାଙ୍କ ବିରୁଦ୍ଧରେ ଅତିରିକ୍ତ ଚାର୍ଜସିଟକୁ ଅଦାଲତ ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ କରିଛନ୍ତି। ଆସନ୍ତା ୮ ତାରିଖରୁ କୋର୍ଟ ମାମଲାର ଶୁଣାଣି କରିବେ।

ଗତ ଏପ୍ରିଲ ମାସରେ ଶ୍ରୀ ଟାଇଟଲର ସିବିଆଇ ନିକଟରେ ହାଜର ହୋଇ ତାଙ୍କ କଣ୍ଠସ୍ୱରର ନମୁନା ଦେଇଥିଲେ। ସେହି କଣ୍ଠସ୍ୱରର ନମୁନାକୁ କେନ୍ଦ୍ରୀୟ ଫୋରେନସିକ୍‌‌ ବିଜ୍ଞାନ ଗବେଷଣାଗାର ପରୀକ୍ଷା କରିବ। ୩ ଜଣ ଶିଖ୍‌‌ଙ୍କ ହତ୍ୟା ଘଟଣାରେ ଜଗଦୀଶ ଟାଇଟଲର ଉତ୍ତ୍ୟକ୍ତ ଲୋକମାନଙ୍କର ନେତୃତ୍ୱ ନେଇଥିବାର ଅଭିଯୋଗ ରହିଛି। ପୂର୍ବରୁ ସିବିଆଇ ଶ୍ରୀ ଟାଇଟଲରଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲା। କିନ୍ତୁ ୨୦୧୫ ଡିସେମ୍ବର ୪ ତାରିଖର ଏକ ନିର୍ଦ୍ଦେଶ ଅନୁସାରେ ଏହି ମାମଲାର ଏହା ପୁନର୍ବିଚାର ହେଉଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories