www.samajalive.in
Sunday, December 7, 2025
16.1 C
Bhubaneswar

୧୨ଦଫା ଦାବିରେ ଟିପିଏନଓଡିଏଲ କର୍ମଚାରୀଙ୍କ ଧାରଣା

କେନ୍ଦୁଝରଗଡ଼: ୧୨ଦଫା ଦାବିରେ ପାୱାର ଏମ୍ପ୍ଲଇଜ୍‌‌ ୟୁନିୟନ କେନ୍ଦୁଝର ଶାଖା ପକ୍ଷରୁ ଟିପିଏନଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର କର୍ମଚାରୀମାନେ ଧାରଣା ଦେଇଛନ୍ତି। ୨୦୨୧ ପରଠାରୁ କର୍ମଚାରୀଙ୍କ ବକେୟା ବର୍ଦ୍ଧିିତ ଦରମା ପ୍ରଦାନ, ନିରବଛିନ୍ନ ବିଦ୍ୟୁତ୍‌‌ ସେବା ଯୋଗାଣ କରିବାକୁ ହେଲେ ୨୪ଘଣ୍ଟିଆ ଯାନ ବ୍ୟବସ୍ଥା, ୨୪ଘଣ୍ଟା ପରିବର୍ତ୍ତେ ୮ଘଣ୍ଟିଆ କାର୍ଯ୍ୟ ନିର୍ଘଣ୍ଟ କାର୍ଯ୍ୟକାରୀ କରିବା, ଏମଆରଟି କର୍ମଚାରୀଙ୍କୁ ଛୁଟି ଦିନର ବେତନ ପ୍ରଦାନ, ପ୍ରତ୍ୟେକ ସେକ୍ସନରେ ପାନୀୟଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ଆଦି ୧୨ ଦଫା ଦାବିରେ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ସଂଘର ସହକାରୀ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ କହିଛନ୍ତି। ଉପରୋକ୍ତ ମର୍ମରେ ସଂଘ ପକ୍ଷରୁ ଅପ୍ରେଲ ୨୭ ତାରିଖରେ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବାଧ୍ୟହୋଇ ଧାରଣାରେ ସାମିଲ ହୋଇଛୁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ତେବେ ଚଳିତମାସ ଶେଷ ସୁଦ୍ଧା ଦାବି ପୂରଣ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ଲିଖିତ ପ୍ରତିଶୃତି ପରେ ଧାରଣାକୁ ପ୍ରତ୍ୟାହାର କରାଯାଇଥିଲା। ତେବେ ପ୍ରତିଶୃତି କାର୍ଯ୍ୟକାରୀ କରାନଗଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘର ନେତା ପଙ୍କଜ କୁମାର ଜେନା, ତ୍ରିଲୋଚନ ମହାରଣା, ଜୟକୃଷ୍ଣ ଦାଶ, ଜୟନ୍ତ ମହାନ୍ତ, ସଞ୍ଜୀବ କୁମାର ଗିରି ପ୍ରମୁଖ ଚେତାବନୀ ଦେଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories