www.samajalive.in
Sunday, December 14, 2025
23.1 C
Bhubaneswar

ବୀରତ୍ୱର ପ୍ରତୀକ ଛତ୍ରପତି ଶିବାଜୀ ସ୍ୱରାଜର ପଥ ଦେଖାଇଥିଲେ – ପ୍ରଧାନମନ୍ତ୍ରୀ

ଡେସ୍କ: ଛତ୍ରପତି ଶିବାଜୀ ସାହସ ଓ ବୀରତ୍ୱର ପ୍ରତୀକ ଥିଲେ। ସେ ଆମକୁ ସ୍ୱରାଜର ପଥ ଦେଖାଇ ଯାଇଛନ୍ତି। ଶିବାଜୀଙ୍କର ରାଜ୍ୟାଭିଷେକର ୩୫୦ତମ ବାର୍ଷିକୀ ପାଳନ ଉପଲକ୍ଷେ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଛତ୍ରପତି ଶିବାଜୀ ଜଣେ ବୀର ସୈନିକ ଥିଲେ ଓ ଉତ୍ତମ ପ୍ରଶାସକ ଥିଲେ। ସେ ଦାସତ୍ୱ ମନୋବୃତ୍ତିର ଲୋପ କରିଥିଲେ।

ଶ୍ରୀ ମୋଦୀ କହିଛନ୍ତି ଶିବାଜୀ ମହାରାଜ ଭାରତର ଏକତା ଓ ସଂହତିକୁ ସର୍ବଦା ଶୀର୍ଷସ୍ଥାନ ଦେଇ ଆସିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତବର୍ଷ ଭାରତୀୟ ନୌବାହିନୀ ଦାସତ୍ୱରୁ ମୁକ୍ତ ହେଲା। ନୌବାହିନୀର ପତାକାରୁ ବ୍ରିଟିଶ ସରକାରଙ୍କ ଚିହ୍ନ ବଦଳାଯାଇ ଶିବାଜୀ ମହାରାଜଙ୍କ ଚିହ୍ନ ଲଗାଗଲା। ଶ୍ରୀ ମୋଦୀ କହିଛନ୍ତି, ବର୍ତ୍ତମାନ ଏହି ପତାକା ନବଭାରତର ପ୍ରତୀକ ବହନ କରେ। ସେ କହିଛନ୍ତି ଅମୃତକାଳର ୨୫ବର୍ଷର ଯାତ୍ରା ଛତ୍ରପତି ଶିବାଜୀ ମହାରାଜଙ୍କ ମୂଲ୍ୟବୋଧକୁ ଭିତ୍ତିକରି ସଂପୂର୍ଣ୍ଣ ହେବ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories