www.samajalive.in
Sunday, December 14, 2025
16.1 C
Bhubaneswar

ଶ୍ରୀଲଙ୍କାର ଅଭିଯୋଗ- ଭାରତୀୟ ଆଇଡ୍ରପ୍‌ ଦ୍ବାରା ୩୫ ଲୋକଙ୍କ ଆଖିରେ ସଂକ୍ରମଣ, ଭାରତରେ ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଭାରତୀୟ ଆଇ ଡ୍ରପ୍‌ ଯୋଗୁ ୩୫ ରୋଗୀଙ୍କ ଆଖିରେ ସଂକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଭାରତ ନିର୍ମିତ ଔଷଧର ଯାଞ୍ଚ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା(ସିଡିଏସସିଓ) ସୂତ୍ରରୁ ପ୍ରକାଶ ଯେ, ଗୁଜରାଟର ଫାର୍ମା କମ୍ପାନୀର ଔଷଧ ଯାଞ୍ଚ କରାଯାଉଛି। ଅଭିଯୋଗ ହୋଇଛି ଯେ, ମିଥାଇଲ୍ ପ୍ରେଡନିସୋଲୋନ ଆଇ ଡ୍ରପ୍ ବ୍ୟବହାର କରିବା ପରେ ରୋଗୀମାନଙ୍କଠାରେ ବ୍ୟାକ୍ଟେରିଆ ସଂକ୍ରମଣ ବୃଦ୍ଧି ପାଇଛି। ଚଳିତ ବର୍ଷ ମାର୍ଚ୍ଚରେ କମ୍ପାନୀ ଶ୍ରୀଲଙ୍କାକୁ ଦୁଇଟି ବଡ଼ ବ୍ୟାଚ୍ ଆଇଡ୍ରପ୍ ରପ୍ତାନି କରିଥିଲା, କିନ୍ତୁ ଏପ୍ରିଲ୍ ମାସରେ ସେଠାରେ ଥିବା ତିନିଟି ପ୍ରମୁଖ ଡାକ୍ତରଖାନାର ପ୍ରାୟ ୩୦ ଜଣ ଲୋକ ଔଷଧ ବ୍ୟବହାର କରିବା ପରେ ଆଖି ସଂକ୍ରମଣ ଅଭିଯୋଗ କରିଥିଲେ।

ଏହାପରେ ଶ୍ରୀଲଙ୍କା ସରକାର ନା କେବଳ ଏହି ଔଷଧ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇଛନ୍ତି, ବରଂ ଏହା ବିରୋଧରେ ଯାଞ୍ଚ ମଧ୍ୟ ଆରମ୍ଭ କରିଛନ୍ତି। ଇତି ମଧ୍ୟରେ କମ୍ପାନୀ ତା’ର ଔଷଧ ମଧ୍ୟ ପ୍ରତ୍ୟାହାର କରିନେଇଛି। ଶ୍ରୀଲଙ୍କା ସରକାର ମେ’ ୧୬ରେ ଏକ ଚିଠି ଲେଖି ଭାରତକୁ ନିରପେକ୍ଷ ତଦନ୍ତ ପାଇଁ ନିବେଦନ କରିଥିଲେ। ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଚେତାବନୀ ଦେଇଛନ୍ତି ଯେ, ଫାର୍ମା ଶିଳ୍ପ ଦେଶର ପ୍ରତିଷ୍ଠା ସହ ଜଡିତ। ଯଦି ଗୁଣବତ୍ତା ସହ କୌଣସି ପ୍ରକାର ସାଲିସ କରାଯାଏ ତେବେ ଏହା ଦେଶ ପାଇଁ ଭଲ ହେବ ନାହିଁ ଏବଂ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଶ୍ରୀଲଙ୍କାରୁ ଏହି ପତ୍ର ପାଇବା ପରେ ତୁରନ୍ତ ଔଷଧ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନୀର ବର୍ତ୍ତମାନର ବ୍ୟାଚ୍ ସିଲ୍ କରାଯାଇଛି। କେନ୍ଦ୍ରୀୟ ଲାବୋରେଟୋରୀକୁ ନମୁନା ପଠାଯାଇଛି, ଯେଉଁଠାରୁ ୧୦ରୁ ୧୫ ଦିନ ମଧ୍ୟରେ ରିପୋର୍ଟ ଆସିବାର ସମ୍ଭାବନା ରହିଛି।

ନଅ ମାସ ମଧ୍ୟରେ ଏହା ହେଉଛି ଚତୁର୍ଥ ଘଟଣା, ଯେତେବେଳେ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଔଷଧର ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଛି। ପୂର୍ବରୁ ଗାମ୍ବିଆ ଏବଂ ଉଜବେକିସ୍ତାନରେ ପିଲାମାନଙ୍କ ମୃତ୍ୟୁ ପାଇଁ ଭାରତୀୟ କମ୍ପାନୀର କଫ୍‌ ସିରପକୁ ଦାୟୀ କରାଯାଇଥିଲା। ଯେଉଁ କାରଣରୁ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଫାର୍ମା କ୍ଷେତ୍ରର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଥିଲା। ମାର୍ଶଲ ଦ୍ୱୀପପୁଞ୍ଜ ଏବଂ ମାଇକ୍ରୋନେସିଆରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଥିଲା, ଯାହାପରେ ଏପ୍ରିଲ ମାସରେ ଡବ୍ଲ୍ୟୁଏଚଓ ସତର୍କ ସୂଚନା ଜାରି କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories