www.samajalive.in
Sunday, December 7, 2025
26.1 C
Bhubaneswar

ସଧବା ନାରୀଙ୍କ ପାଇଁ ସିନ୍ଦୂର ଲଗାଇବାର କାରଣ ଓ ମହତ୍ତ୍ୱ

ହିନ୍ଦୁଧର୍ମରେ ସଧବା ସ୍ତ୍ରୀମାନେ ପ୍ରତ୍ୟେକ ଦିନ ସିନ୍ଦୂର ଲଗାଇବା ଅପରିହାର୍ଯ୍ୟ ଅଟେ। ସାଧାରଣଭାବେ କହିବାକୁ ଗଲେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବା ଦ୍ୱାରା ଏହାକୁ ସଧବାର ପ୍ରତୀକ ବୋଲି କୁହାଯାଇଥାଏ। ହିନ୍ଦୁଧର୍ମର ପରମ୍ପରା ଅନୁଯାୟୀ ସଧବା ନାରୀମାନଙ୍କୁ ଷୋହଳ ଶୃଙ୍ଗାର କରିବାକୁ ପଡ଼ିଥାଏ। ଏହି ଷୋହଳ ଶୃଙ୍ଗାର ମଧ୍ୟରୁ ସିନ୍ଦୂର ମୁଖ୍ୟ ଶୃଙ୍ଗାର ଅଟେ।
ଶାସ୍ତ୍ରରେ ମାନ୍ୟତା ରହିଛି ଯେ, ସଧବା ମହିଳାମାନେ ମଥାରେ ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାଆନ୍ତି। ମହିଳାମାନେ ସୌଭାଗ୍ୟବତୀ ହୋଇଥାଆନ୍ତି। ଗୃହରେ ସୁଖଶାନ୍ତିର ବୃଦ୍ଧି ହୋଇଥାଏ।
ସିନ୍ଦୂରର ଉଲ୍ଲେଖ ରାମାୟଣରେ ମଧ୍ୟ ହୋଇଛି। ମା’ସୀତା ପ୍ରତ୍ୟେକ ଦିନ ମଥାରେ ସିନ୍ଦୂର ଲଗାଇଥାଆନ୍ତି। ଏକଦା ପ୍ରଭୁ ହନୁମାନ ଏହାର କାରଣ ପଚାରିବାରୁ ମା’ ଉତ୍ତର ଦେଇଥିଲେ, ପ୍ରଭୁ ରାମଚନ୍ଦ୍ରଙ୍କୁ ଏହା ଖୁବ ପସନ୍ଦ ଓ ପ୍ରଭୁଙ୍କ ଦିର୍ଘାୟୁ ପାଇଁ ସେ ସିନ୍ଦୂର ପିନ୍ଧନ୍ତି। ଏହି ଉତ୍ତରରେ ହନୁମାନ ଖୁବ ଆନନ୍ଦିତ ହୋଇଥିଲେ।


ସଧବା ନାରୀମାନେ ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀଙ୍କର ଅକାଳ ମୃତ୍ୟୁର ଭୟ ନଥାଏ। ସ୍ୱାମୀଙ୍କ ଉପରେ ଥିବା ସମସ୍ତ ସଙ୍କଟ ମଧ୍ୟ ଦୂର ହୋଇଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। କଳହ ହୋଇନଥାଏ। ସିନ୍ଦୂରକୁ ମା’ଲକ୍ଷ୍ମୀଙ୍କ ସମ୍ମାନର ପ୍ରତୀକ ମଧ୍ୟ କୁହାଯାଇଥାଏ। ତେଣୁ ସିନ୍ଦୂର ଲଗାଇବା ଦ୍ୱାରା ମା’ଙ୍କ କୃପା ସର୍ବଦା ପ୍ରାପ୍ତି ହୋଇଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories