www.samajalive.in
Saturday, December 13, 2025
26.1 C
Bhubaneswar

୭ ଜଣ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲା ଜିଲ୍ଲା ପ୍ରଶାସନ

ବୌଦ୍ଧ: ବିଭିନ୍ନ ଜଟିଳ ରୋଗରେ ପିଡିତ ଥିବା ୭ ଜଣ ରୋଗୀଙ୍କୁ ଜିଲ୍ଲା ପ୍ରଶାସନର ସହାୟତାରେ ଗୁରୁବାର ଦିନ ଉତ୍ତ ମ ଚିକିତ୍ସା ପାଇଁ କଟକ ପଠାଯାଇଛି। ସେଥିମଧ୍ୟରୁ ୬ ଜଣ ରୋଗୀଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଥିବା ବେଳେ ଜଣଙ୍କୁ ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲକୁ ପଠାଯାଇଛି। ଆଗରୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ରୋଗୀମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା। ରୋଗୀ ମାନଙ୍କୁ ୩ ଗୋଟି ସ୍ୱତନ୍ତ୍ର ଆମ୍ବୁଲାନସରେ ପଠାଯାଇଥିଲା। ଜିଲ୍ଲାପାଳ ସତ୍ୟରଂଜନ ସାହୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ରୋଗୀମାନଙ୍କ ସୁବିଧା ଅସୁବିଧା ବୁଝିବା ସହିତ ସମସ୍ତ ରୋଗୀଙ୍କୁ ପଠାଇବାର ବ୍ୟବସ୍ଥା କରାଇଥିଲେ। ରୋଗୀମାନେ ଉତ୍ତମ ଚିକିତ୍ସା ସେବା ପାଇ ସଂପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବାକୁ ଜିଲ୍ଲାପାଳ ଶ୍ରୀସାହୁ କାମନା କରିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କିୟମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ରୋଗୀମାନଙ୍କ ସହିତ ଟ୍ରେନିଙ୍ଗ ଅଫିସର ସୁମନ ରାଜା ମହାନ୍ତି, ଫାର୍ମାସିଷ୍ଟ ଭେଙ୍କଟ ପ୍ରଧାନ, ଜଗଦୀଶ ସାହୁ, ସୁଜିତ କୁମାର ପ୍ରଧାନ ପ୍ରମୁଖ ସହାୟତା ପାଇଁ ଯାଇଛନ୍ତି। ରୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଭାରତୀ ନନ୍ଦୀ, ନିଦ୍ରା ବେହେରା ଓ ଚୈତନ୍ୟ ଦୀପଙ୍କୁ ୫ ହଜାର ଟଙ୍କା ଏବଂ ପାର୍ବତୀ ରାଜହଂସଙ୍କୁ ୧୦ ହଜାର ଓ ପ୍ରଦୀପ ଜାନୀଙ୍କୁ ୭ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଜିଲା ରେଡକ୍ରସ ପାଣ୍ଠିରୁ ବେଙ୍ଗ ନାଏକଙ୍କୁ ୮ ହଜାର ଓ ଶିବାନ୍ୟ ନାଏକଙ୍କୁ ୬ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଚିକିତ୍ସା ପାଇଁ ପଠାଯାଇଥିବା ରୋଗୀମାନଙ୍କ ମଧ୍ୟରେ ୪ କିଡନୀ ରୋଗରେ ପିଡିତ ଥିବା ବେଳେ ୧ଜଣ ପ୍ଲାଷ୍ଟିକ ସର୍ଜରୀ, ୧ ଜଣ ଅପସ୍ମାର ଏବଂ ଜଣେ କ୍ୟାନସରରେ ପିଡିତ ଥିବା ଜଣାଯାଇଛି। ରୋଗୀମାନଙ୍କୁ ପଠାଯିବା ସମୟରେ ଡା. ସୁଦର୍ଶନ ମେହେର, ଡିପିଏମ ରୂପକ ମହାପାତ୍ର, ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ହାସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢି, ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଓ କର୍ମଚାରୀ ସୁନିଲ କୁମାର ବେହେରା ଓ ସୋମେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories