www.samajalive.in
Saturday, December 13, 2025
26.1 C
Bhubaneswar

୫-ଟି ସଚିବଙ୍କୁ ଦାବିପତ୍ର ପ୍ରଦାନ ନିମନ୍ତେ କୁଡୁମି ଜାତିର ପ୍ରସ୍ତୁତି

ପାଟଣା: ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ କୁଡୁମି ଜାତି ତରଫରୁ ଏକ ୪ଦଫା ଦାବିପତ୍ର ଦେବା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି କ୍ରମରେ ଗୁରୁବାର କୁଡୁମି ଜାତି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା କୁଡୁମି ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଡୁମି ଜାତିର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। କୁଡୁମି ଜାତିର ଉନ୍ନତି ନିମନ୍ତେ ବିଶେଷ କରି ୪ଟି ମୁଖ୍ୟ ଦାବି ଗୁଡିକ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ କେନ୍ଦୁଝର ଠାରେ ଭେଟି ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରିବା ସହିତ ତୁରନ୍ତ ପୁରଣ କରିବା ପାଇଁ ଦାବି କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। କାର୍ଯ୍ୟକ୍ରମକୁ ବିରେନ୍ଦ୍ର କୁମାର ମହାନ୍ତ ପରିଚାଳନା କରିଥିବା ବେଳେ କୁଡୁମି ଜାତିର ବରିଷ୍ଠ ନେତା ଶରତ ଚନ୍ଦ୍ର ମହାନ୍ତ, ବିଶ୍ଵଜିତ ମହାନ୍ତ, ନିରଞ୍ଜନ ମହାନ୍ତ, କିଶୋର ଚନ୍ଦ୍ର ମହାନ୍ତ, ତ୍ରିନାଥ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ମନମଥ ମହାନ୍ତ, ହେମନ୍ତ ମହାନ୍ତ, ଡମ୍ବରୁଧର ମହାନ୍ତ, ଦୁର୍ଯ୍ୟୋଧନ ମହାନ୍ତ, ତ୍ରିଲୋଚନ ମହାନ୍ତ, ଅରୁଣ କୁମାର ମହାନ୍ତ ପ୍ରମୁଖଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories