www.samajalive.in
Sunday, December 14, 2025
16.1 C
Bhubaneswar

ଚମ୍ପକ ଦ୍ଵାଦଶୀ ପାଇଁ ଆଦ୍ୟ ଶାସନ ଉତ୍ସବ ମୁଖର

ସାକ୍ଷୀଗୋପାଳ :  ଆଦ୍ୟ ଶାସନ ବୀରରାମଚନ୍ଦ୍ର ପୁର ଗ୍ରାମ ପ୍ରସିଦ୍ଧ ଚମ୍ପକ ଦ୍ୱାଦଶୀ ପର୍ବ ଓ ବାଣ ଯାତ୍ରା ପାଇଁ  ଉତ୍ସବ ମୁଖର ହୋଇଉଠିଛି । ବୁଧବାର ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ରାତ୍ରୀରେ ଗ୍ରାମ ଇଷ୍ଟ ଦେବତା ଗୋପୀନାଥ  ଦେବଙ୍କ ମନ୍ଦିର ପରିସର ମୂଳ ଅଳସା ମୌଜାରେ ବିରାଜିତ  ବାବା ଅନାନ୍ତେଶ୍ୱର ଦେବଙ୍କ ମଧ୍ୟସ୍ଥତାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ରୁକ୍ମିଣୀଙ୍କ ବିବାହ ଉତ୍ସବ ମହାସମାରୋହରେ  ସଂପନ୍ନ ହୋଇଯାଇଛି । ଗୁରୁବାର ଚମ୍ପକ ଦ୍ୱାଦଶୀ ତିଥିରେ ତିନୋଟି ସୁସଜ୍ଜିତ ମଣି ବିମାନରେ  ଶ୍ରୀକୃଷ୍ଣ ରୁକ୍ମିଣୀ, ମା ମଣିନାଗ ଦୁର୍ଗା, କନକ ଦୁର୍ଗା ଏବଂ ବାବା ଅନାନ୍ତେଶ୍ଵର ଦେବଙ୍କୁ ବିରାଜମାନ କରାଇ ବାଜା, ରୋଷଣୀର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାର ଏକ ବିରାଟ ପଟୁଆରରେ ଦ୍ୱାରି ଭୋଗ ପୂଜା ବନ୍ଦାପନା ସହ ଗ୍ରାମ ପରିକ୍ରମା କରାଯାଇଥିଲା। ତ୍ରୟୋଦଶୀ ତିଥି ତଥା ଆସନ୍ତା କାଲି ଶୁକ୍ରବାର ଅପରାହ୍ନରେ ମନ୍ଦିର ଅଭିମୁଖେ ଫେରୁଥିବା ଠାକୁର ମାନଙ୍କୁ  ଖୁଣ୍ଟିଲାଗି କରାଯାଇ ସମ୍ମୁଖରେ ପ୍ରସିଦ୍ଧ କାଠାଚକ୍ର ବାଣ ଓ ବିଭିନ୍ନ ଆତସବାଜି  ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି । ଏହି ଅବସରରେ ବାସୀ, ପ୍ରବାସୀ, ବନ୍ଧୁ ବାନ୍ଧବଙ୍କ ସାମିଲ ଯୋଗୁଁ ଗ୍ରାମଟି ଉତ୍ସବ ମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories