www.samajalive.in
Friday, December 12, 2025
15.1 C
Bhubaneswar

୨ ସହକାରୀ ଯନ୍ତ୍ରୀ ନିଲମ୍ବିତ

ଆୟୁକ୍ତ ଓ ମେୟରଙ୍କୁ ଘେରିଲେ ଉତ୍ତ୍ୟକ୍ତ ଲୋକେ, ମୃତ ଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ସହାୟତା, ନିର୍ମାଣ ସ୍ଥଳ ସୁରକ୍ଷା ପାଇଁ ଜାରି ହେବ ମାର୍ଗଦର୍ଶିକା

କଟକ : ନିର୍ମାଣାଧୀନ ବକ୍ସଡ୍ରେନ୍‌ ପାଇପରେ ଖସିପଡି କଟକ ସହରର କେଶରପୁର ଗହ୍ମାଡିଆଠାରେ ଯୁକ୍ତଦୁଇ ଛାତ୍ରୀ ଏନ. ମୋହିନୀ(୧୭)ଙ୍କ ଗତକାଲି ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମହାନଗର ନିଗମର (ସିଏମ୍‌ସି)ର ୨ ସହକାରୀ ଯନ୍ତ୍ରୀଙ୍କୁ ନଗର ଉନ୍ନୟନ ବିଭାଗ ନିଲମ୍ବିତ କରିଛି। ସହକାରୀ ଯନ୍ତ୍ରୀ ସଞ୍ଜୀବ କୁମାର ପ୍ରଧାନ ଓ ଦିଲୀପ କୁମାର ସାହୁଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ତତ୍କାଳ ନିଲମ୍ବନ କରାଯାଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି। ମୃତଛାତ୍ରୀ ଏନ.ମୋହିନୀଙ୍କ ପରିବାରକୁ ସିଏମସି ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ମୃତ ଛାତ୍ରୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ମେୟର ସୁବାସ ସିଂହ ଓ ନିଗମ ଆୟୁକ୍ତ ନିଖିଲପବନ କଲ୍ୟାଣଙ୍କୁ ଉତ୍ତ୍ୟକ୍ତ ଲୋକେ ଘେରାଉ କରିଥିଲେ। ଏହାକୁ ସେଠାରେ ଦୀର୍ଘ ସମୟଧରି ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରୁ ଆସିବା ପରେ ମେୟର ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ନିଗମ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜାଇକା, ପୂର୍ତ୍ତ ବିଭାଗ ସମେତ ସିଏମସିର ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ସିଏମସି କମିସନରଙ୍କ ନେତୃତ୍ୱରେ ଏକ ଉକ୍ତ ଘଟଣାର ତଦନ୍ତ କରାଯିବାକୁ ସ୍ଥିର ହୋଇଥିଲା। ଯେଉଁ ଅଧିକାରୀଙ୍କ ଦାୟିତ୍ୱରେ ଅବହେଳା ପାଇଁ ଏଭଳି ଅଘଟଣ ଘଟିଛି ତାଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଡ୍ରେନ ଓ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଡ୍ୟୁଅର (ଏସ୍‌ଓପି) ତିଆରି କରାଯାଇଥିଲା। ୩ ଦିନ ମଧ୍ୟରେ ଡ୍ରେନ ପାର୍ଶ୍ବରେ ସର୍ବସାଧାରଣଙ୍କ ସଚେତନତା ନିମନ୍ତେ ସୂଚନା ଫଳକ ଲଗାଇବାକୁ ବିଭାଗୀୟ ଅଧିକାରୀଙ୍କୁ ମେୟର ନିର୍ଦେଶ ଦେଇଥିଲେ। ୪ ଦିନ ମଧ୍ୟରେ ଡ୍ରେନ ପାର୍ଶ୍ବରେ ବ୍ୟାରିକେଡ ବ୍ୟବସ୍ଥା ପରେ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର ହୋଇଥିଲା। ଉକ୍ତ ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳଗୁଡିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବତନ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ମେୟର ଓ କମିସନରଙ୍କୁ ବିରୋଧ କରିଥିଲେ। ବିଜେପି ପକ୍ଷରୁ ମଧ୍ୟ ମହାନଦୀବିହାରସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏସ୍‌ସିବି ମେଡିକାଲରୁ ମୋହିନୀଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଶୋକାକୂଳ ପରିବେଶ ମଧ୍ୟରେ ଖାନନଗର ଶ୍ମଶାନରେ ଶେଷକୃତ ସମ୍ପନ୍ନ ହୋଇଛି।
ସୂଚନା ଥାଉକି, ବୁଧବାର ପୂର୍ବାହ୍ଣରେ ଏନ୍‌‌.ମୋହିନୀ ଡ୍ରେନ୍‌‌ ଅତିକ୍ରମ କରୁଥିବାବେଳେ ବଡ ଲୁହା ପାଇପ୍‌‌ରୁ ଖସିପଡିଥିଲେ। ଏହାକୁ ଦେଖି ମୋହିନୀକୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ଲୁହାପୋଲଟି ଭାଙ୍ଗି ପଡ଼ିଥିଲା। ୪୫ମିନିଟ୍‌‌ ଧରି ସେ ଲୁହା ପାଇପ୍‌ ମଧ୍ୟରେ ଚାପି ହୋଇ ରହିଥିଲେ। ପରେ ଜେସିବି ସହାୟତାରେ ନାବାଳିକାକୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିଲା। ମାତ୍ର ଡାକ୍ତରଖାନାରେ ଚିକତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories