www.samajalive.in
Sunday, December 14, 2025
26.1 C
Bhubaneswar

ଆଉ ଏକ ସଂସ୍କରଣ ଖେଳିବାକୁ ଚାହେଁ – ଧୋନି

ଅହମ୍ମଦାବାଦ: ଆଇପିଏଲ୍‌ ଫାଇନାଲରେ ଗୁଜରାଟ ଟାଇଟାନ୍‌ସକୁ ୫ ୱିକେଟରେ ହରାଇ ୫ମ ଆଇପିଏଲ୍‌ ଟ୍ରଫି ଜିତିପାରିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ଦଳର ଏହି ବିଜୟ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଛନ୍ତି ଯେ ଆଇପିଏଲ୍‌ରୁ ଅବସର ନେବାର ଏହା ପ୍ରକୃଷ୍ଟ ସମୟ। ହେଲେ ପ୍ରଶଂସକଙ୍କ ପାଇଁ ସେ ଆଉ ଏକ ସଂସ୍କରଣ ଚାହାନ୍ତି। କାରଣ ସାରାଦେଶରେ ପ୍ରଶଂସକମାନେ ଯେପରି ସ୍ନେହ ଓ ଭଲପାଇବା ଦେଖାଇଛନ୍ତି; ତାହା ଦେଖି ଆଉ ବର୍ଷେ ଆଇପିଏଲ୍‌ ଖେଳିବାକୁ ସେ ମନ ବଳାଇଛନ୍ତି।

ରୋମାଞ୍ଚକର ଫାଇନାଲରେ ଶେଷ ବଲ୍‌ରେ ବିଜୟ ପ​‌େ​‌ର ଧୋନି କହିଥିଲେ, ପରିସ୍ଥିତିକୁ ଦେଖିଲେ ଏହା ଅବସର ନେବାର ଶ୍ରେଷ୍ଠ ସମୟ। ଧନ୍ୟବାଦ ଜଣାଇ ଅବସର ନେବା ମୋ ପାଇଁ ସହଜ ହେବ। ହେଲେ କଷ୍ଟକର ବ୍ୟାପାର ହେବ ଆଗାମୀ ୯ ମାସ କଠିନ ପରିଶ୍ରମ କରି ଆଉ ଏକ ସଂସ୍କରଣ ଖେଳିବାକୁ ପ୍ରୟାସ କରିବା। ପୁଣି ମୋ ଶରୀର ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ତେବେ ସିଏସ୍‌କେ ପ୍ରଶଂସକଙ୍କଠାରୁ ଏତେ ଭଲପାଇବା ପାଇଛି; ଆଉ ଏକ ସଂସ୍କରଣ ଖେଳିବା ସେମାନଙ୍କ ପାଇଁ ମୋର ଉପହାର ହେବ। ମୋ ପ୍ରତି ସେମାନଙ୍କ ସ୍ନେହ ଓ ଭାବପ୍ରବଣତା ଦେଖି ସେମାନଙ୍କ ପାଇଁ ଏହା କରିବାକୁ ଚାହେଁ। ଏହା ମୋ କ୍ରିକେଟ୍‌ ଜୀବନର ଅନ୍ତିମ ପର୍ଯ୍ୟାୟ। ଫାଇନାଲରେ ପୂରା ଷ୍ଟାଡିୟମ୍‌ ମୋ ନାମ ଧରି ଚିତ୍କାର କରୁଥିଲେ। ଚେନ୍ନଇରେ ତ ଆହୁରି ଅଧିକ ଭଲପାଇବା ପାଇଛି। ତେଣୁ ଏଠାକୁ ଫେରି ଆଉ କିଛି କ୍ରିକେଟ୍‌ ଖେଳିବାକୁ ଚାହେଁ। ମୋ କ୍ରିକେଟ୍‌ ଶୈଳୀ ଏପରି ଯେ ପ୍ରଶଂସକ ଭାବୁଛନ୍ତି ଆସନ୍ତା ବର୍ଷ ଏପରି ଖେଳିପାରିବି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories