www.samajalive.in
Saturday, December 6, 2025
23.1 C
Bhubaneswar

ଗଛରେ ପିଟି ହୋଇ ଜଳିଲା କାର୍‌‌ ; ୪ ଜୀବନ୍ତ ଦଗ୍ଧ

ଭୋପାଳ : ମଧ୍ୟପ୍ରଦେଶର ହରଦା ଜିଲାରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏକ କାର ଗଛରେ ପିଟି ହୋଇ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। କାରଟି ହରଦା ଜିଲାର ନୌସର ଗାଁ ଅତିକ୍ରମ କରୁଥିବା ବେଳେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଗଛରେ ଖୁବ ଜୋରରେ ପିଟି ହୋଇଯାଇଥିଲା। ଏହାପରେ ଗାଡିଟି ତୁରନ୍ତ ଜଳି ଯାଇଥିଲା। ନିଆଁର ଖୁବ ଜୋରରେ ଲାଗିଥିବାରୁ ପ୍ରତ୍ୟକ୍ଷଦର୍ଶୀ ଅନେକ ଚେଷ୍ଟା କରି ମଧ୍ୟ କାର ଭିତରୁ ଉଦ୍ଧାର କରି ପାରିନଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ନିଆଁକୁ ଆୟତ୍ତ କରିବା ସହ ମୃତଦେହ ଉଦ୍ଧାର କରିଥିଲେ। ଘଟଣାର ତଦନ୍ତ କରାଯାଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories