www.samajalive.in
Saturday, December 13, 2025
26.1 C
Bhubaneswar

ବ୍ଳାଷ୍ଟିଙ୍ଗ୍ ସମସ୍ୟାର ସମାଧାନ ନୋହିଲା, ତ୍ରିପାକ୍ଷିକ ବୈଠକ ବିଫଳ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଖିଣ୍ଡା ପଞ୍ଚାୟତ ରେ ପ୍ରତିଷ୍ଠିତ ଏନଏଲସି କମ୍ପାନୀର ତଲାବିରା (୨) ଓ (୩) କୋଇଲା ଖଣିରେ କୋଇଲା ଖନନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ଳାଷ୍ଟିଙ୍ଗ୍ ଯୋଗୁଁ ଅଞ୍ଚଳର ଅନେକ ଘର ଦ୍ବାର କ୍ଷତିଗ୍ରସ୍ତ ହୋଇ ପରିବେଶ ଥରହର ହୋଇ ଉଠୁଥିବାର ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଗତ ଦିନରେ କ୍ଷତିଗ୍ରସ୍ତ ଲୋକେ କମ୍ପାନୀର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ। ଆଜି ଏହାର ସମାଧାନ ପାଇଁ ରେଙ୍ଗାଲି ତହସିଲଦାର ବେର୍ସିଆସ୍ ଡୁଙ୍ଗଡୁଙ୍ଗ, ଠେଲକୋଲୋଇ ଆଇଆଇସି ବିଭୂତିଭୂଷଣ ଦଲାଇ, ଏନ୍ ଏଲ ସି ଓ ଅଦାନି କମ୍ପାନୀର ଅଧିକାରୀ ଖିଣ୍ଡା ପଞ୍ଚାୟତକୁ ଆସି ସରପଞ୍ଚ ସନ୍ଧ୍ୟାରାଣୀ ପଧାନ, ବାବୁଲୁ ରାଉତ, ରୁଦ୍ର ପ୍ରଧାନ, କୃପା ବୁଧିଆ,ପ୍ୟାରି ବୁଧିଆ,ଦୁର୍ଗା ଭୋଇ ପ୍ରମୁଖ ଗ୍ରାମବାସୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରି ଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନାହିଁ। ଜିଲ୍ଳାପାଳଙ୍କ ଉପସ୍ଥିତିରେ ଏହି ସମସ୍ୟାର ସମାଧାନ ପାଇଁ ବୈଠକ ଆୟୋଜନ କରାଯାଉ ବୋଲି ବୈଠକ ରେ ଗ୍ରାମବାସୀ ଜିଦରେ ଅଟଳ ରହିଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories