www.samajalive.in
Sunday, December 14, 2025
26.1 C
Bhubaneswar

କାଲି ଅବସର, ଆଜି ନିଲମ୍ବନ – ପେନଶନ ନଥିପତ୍ର ଦାଖଲରେ ଅବହେଳା ଯୋଗୁ ଦେବଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଲମ୍ବିତ

ଦେବଗଡ଼: ଦେବଗଡ଼ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ସନ୍ତୋଷିନୀ ଶତପଥିଙ୍କ ପେନଶନ ସମ୍ବନ୍ଧୀୟ ନଥିପତ୍ର ଦାଖଲ କରିବାରେ ଅବହେଳା ଯୋଗୁଁ ମହାବିଦ୍ୟାଳୟର ବର୍ତମାନର ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧ୍ୟକ୍ଷ ଶ୍ରୀ ନାୟକଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏଥିସହ ସମ୍ବଲପୁର ସ୍ଥିତ ଶିକ୍ଷା ବିଭାଗର ଆଂଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତାଙ୍କର ହେଡକ୍ୱାର୍ଟର ଫିକ୍ସ କରାଯାଇଥିବା ସୂଚନା ମିଳିଛି। ଦେବଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାୟକ ଆସନ୍ତାକାଲି କାର୍ଯ୍ୟରୁ ଅବସର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦିନକ ପୂର୍ବରୁ ନିଲମ୍ବିତ ହେବା ଘଟଣା ଏଠାରେ ମୂଖ୍ୟ ଚର୍ଚ୍ଚାର ବିଷୟ ସାଜିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories