www.samajalive.in
Sunday, December 14, 2025
26.1 C
Bhubaneswar

ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅରେ ଫସିଲେ ମାମୁଁ

ତିଗିରିଆ :  କୂଅରେ ପଡ଼ିଯାଇଥିବା ଦେଢ଼ ବର୍ଷର ଛୁଆ ଭଣଜାକୁ ଉଦ୍ଧାର କରିବାକୁ ଯାଇ ଗଭୀର କୂଅକୁ ଡେଇଁପଡି ଫସି ଯାଇଥିବା ମାମୁଁ ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର ହେବା ଭଳି ଘଟଣା ଘଟିଛି ତିଗିରିଆ ଅଞ୍ଚଳରେ। ଅଗ୍ନିଶମ ବାହିନୀ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୪୦ ଫୁଟ୍ ଗଭୀର କୂଅରୁ ଯୁବକଙ୍କୁ ନିରାପଦ ଭାବରେ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଗ୍ରାମର ସରୋଜ ପ୍ରଧାନଙ୍କ ବାରିପଟେ ତାଙ୍କର ଭଣଜା ଖେଳୁ ଥିବା ସମୟରେ ଅସାବଧାନତା ହେତୁ କୂଅରେ ପଡିଯାଇଥିଲା। ଏହା ଦେଖି ସରୋଜ କୂଅକୁ ଡେଇଁ ପଡିଥିଲେ ଓ ଶିଶୁଟିକୁ ଉଦ୍ଧାର କରିଥିଲେ କିନ୍ତୁ ନିଜେ କୂଅ ଭିତରୁ ବାହାରି ପାରିନଥିଲେ ଏବଂ ଅମ୍ଳଜାନ ଅଭାବରୁ ଅଣନିଃଶ୍ବାସୀ ହୋଇ ପଡିଥିଲେ। ପରିବାର ଓ ସ୍ଥାନୀୟ ଲୋକ ତାଙ୍କୁ କୂଅରୁ ବାହାର କରିବାକୁ ବିଭିନ୍ନ ପ୍ରକାର ଉଦ୍ୟମ କରି ବିଫଳ ହୋଇଥିଲେ। ଏହା ପରେ ପରିବାର ଲୋକେ ତିଗିରିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୁଖ୍ୟ ଆଗ୍ନିକ ପ୍ରତାପ ବେହେରାଙ୍କ ତତ୍ତ୍ଵାବଧାନରେ ଆଗ୍ନିକ ମଦନ ମୋହନ ଦାସ ୪୦ ଫୁଟ ଗଭୀର କୂଅରେ ପଶି ସରୋଜଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଚାଳକ ବିଦ୍ୟାଧର ବେହେରା, ଆଗ୍ନିକ ଅରକ୍ଷିତ ସାହୁ, ଲକ୍ଷ୍ମୀଧର ସାହୁ, ରାଜେନ୍ଦ୍ର ବଳବନ୍ତରାୟ, ସଙ୍ଗୀତ ସିଂହ ପ୍ରମୁଖ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories