www.samajalive.in
Sunday, December 14, 2025
23.1 C
Bhubaneswar

ଶାଳବହ୍ଲା ବୋଝେଇ ଟ୍ରାକ୍ଟର ଜବତ କଲେ; ୧୨ ଘଣ୍ଟା ନପୁରୁଣୁ ଛାଡିଦେଲେ ବନପାଳ

ଦେବଗଡ଼: ସଂରକ୍ଷିତ ଜଙ୍ଗଲରୁ ଶାଳବହ୍ଲା କାଟି ଟ୍ରାକ୍ଟର ଯୋଗେ ଆଣୁଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗକ୍ରମେ ବନପାଳ ଏହାକୁ କାବୁ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ମାତ୍ର କେନ୍ଦୁପତ୍ର ଫଡି ନିର୍ମାଣ ପାଇଁ ଅଣାଯାଉଥିବା ଜାଣିବା ପରେ କୌଣସି ମାମଲା ରୁଜୁ ନକରି ଶାଳ ବହ୍ଲା ବୋଝେଇ ଟ୍ରାକ୍ଟରଟିକୁ ଛାଡି ଦେଇଥିଲେ। ଅର୍ଥାତ ଦିନ ପ୍ରାୟ ୧୧ ଟାରେ ଜବତ ହୋଇଥିବା ଟ୍ରାକ୍ଟର ରାତି ୧୧ ଟା ବେଳକୁ ଆଉ ବନାଞ୍ଚଳ କାର୍ଯ୍ୟାଳୟରେ ନଥିଲା। ଏଭଳି ଏକ ଗୁରୁତର ଅଭିଯୋଗ ହୋଇଛି ଦେବଗଡ଼ ବନଖଣ୍ଡ ବାରକୋଟ ବନାଞ୍ଚଳ ଅନ୍ତର୍ଗତ ବାରକୋଟ ସେକ୍ସନର ବନାପାଳ ସୁଧିର କୁମାର ବେହେରାଙ୍କ ବିରୁଦ୍ଧରେ।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୧ ତାରିଖ ଦିନ ପ୍ରାୟ ୧୧ଟା ସମୟରେ ବାରକୋଟ ସେକ୍ସନ ଅନ୍ତର୍ଗତ ବଲାଣି ଗ୍ରାମ ଦେଇ ଏକ ବେଆଇନ ଶାଳ ବହ୍ଲା ଓ ଜାମୁ ଡାଳ ବୋଝେଇ ଟ୍ରାକ୍ଟର ଯାଉଥିବା ଦେଖି କେତେକ ଗ୍ରାମବାସୀ ବାରକୋଟ ବନପାଳ ସୁଧିର ବେହେରାଙ୍କୁ ସୂଚନା ଦେଇଥିଲେ। ସୂଚନା ଆଧାରରେ ବନପାଳ ଶ୍ରୀ ବେହେରା ସେଠାରେ ପହଞ୍ଚି ଉକ୍ତ ବେଆଇନ ଶାଳ ବହ୍ଲା ଓ ଜାମୁ ଡାଳ ବୋଝେଇ ଟ୍ରାକ୍ଟରଟିକୁ ବାରକୋଟ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ମାତ୍ର ଏହି ବେଆଇନ ଶାଳ ବହ୍ଲା ଓ ଜାମୁ ଡାଳ କେନ୍ଦୁପତ୍ର ଫଡିରେ ବ୍ୟବହାର ପାଇଁ ନିଆଯାଉଥିବା ଜଣାପଡ଼ିବା ପରେ ଉକ୍ତ ଟ୍ରାକ୍ଟର,ଟ୍ରାକ୍ଟରର ମାଲିକ କିମ୍ବା ଚାଳକ ବିରୁଦ୍ଧରେ କୋଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସମ୍ପୃକ୍ତ ଟ୍ରାକ୍ଟରଟିକୁ ଛାଡି ଦିଆଯାଇଥିଲା। ଏପରିକି ସମ୍ପୃକ୍ତ ଟ୍ରାକ୍ଟରଟିକୁ ଛାଡି ଦେବା ପଛରେ ମୋଟା ଅଙ୍କର କାରବାର ମଧ୍ୟ ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବନପାଳ ଶ୍ରୀ ବେହରାଙ୍କ ମତାମତଲୋଡିାବରୁ ସେ ଏକଥାକୁ ଚପାଇଦେବା ଉଦ୍ଦେଶ୍ୟରେ ଭିନ୍ନଭିନ୍ନ ମତ ଦେବାସହ କେବଳ ଶାଳବହ୍ଲା ଓ ଜାମୁ ଡାଳକୁ ଜବତ କରାଯାଇଥିବା ଦର୍ଶାଇବା ସହ ଏଗୁଡିକୁ ଆନିବା ପାଇଁ ସେ ସମ୍ପୃକ୍ତ ଟ୍ରାକ୍ଟରଟିକୁ ଭଡାରେ ଆଣିଥିଲେ ବୋଲି ଉତ୍ତର ଦେଇଛନ୍ତି। ସେହିପରି ଟ୍ରାକ୍ଟରରେ ମାତ୍ର ୮ଗୋଟି ଶାଳ ବହ୍ଲା ରହିଥିଲା ଓ ଏହା ଜଣେ ବ୍ୟକ୍ତିଙ୍କ ଜମି କଡରୁ କଟାଯାଇଥିଲା ବୋଲି ଶ୍ରୀ ବେହେରା ସଫେଇ ଦେଇଛନ୍ତି।

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ, ଇତିମଧ୍ୟରେ ନିକଟସ୍ଥ ଲୁଧାପୋଶି ଗ୍ରାମର ବିଭୂତି ଭୂଷଣ ନାୟକ ନାମକ ଜଣେ ବ୍ୟକ୍ତି ଏନେଇ ବାରକୋଟ ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବାସହ ବନପାଳ ଶ୍ରୀ ବେହେରା କେନ୍ଦୁପତ୍ର କର୍ମଚାରୀ ମାନଙ୍କ ଠାରୁ କିଛି ଟଙ୍କା ନେଇ ଉକ୍ତ ଟ୍ରାକ୍ଟରଟିକୁ ଛାଡି ଦେଇଥିବା ଲିଖୀତ ଅଭିଯୋଗ କରିଛନ୍ତି। ସେହିପରି ବାରକୋଟ ବନାଂଚଳ ଅଧିକାରୀ ଦିବ୍ୟଶଙ୍କର ବେହେରାଙ୍କ ମତାମତ ଲୋଡିବାରୁ ବନପାଳ ତାଙ୍କୁ କୌଣସି ସୂଚନା ନଦେଇ ଉକ୍ତ ଶାଳ ବହ୍ଲା ବୋଝେଇ ଟ୍ରାକ୍ଟର ଟିକୁ କାର୍ଯ୍ୟାଳୟକୁ ଆଣିଥିଲେ ତାଙ୍କ ନଜଣାଇ ରାତିରେ ଟ୍ରାକ୍ଟରଟିକୁ ଛାଡି ଦେଇଥିଲେ ବୋଲି ଉତ୍ତର ଦେଇଛନ୍ତି। ସେହିପରି ଏନେଇ ତାଙ୍କ ନିକଟରେ ଲିଖିତ ଅଭିଯୋଗ ହେବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦେବଗଡ଼ ବନକଣ୍ଡ ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି। ତେବେ ଦେବଗଡ଼ ବନଖଣ୍ଡ ଅଧିକାରୀ ଏ ନେଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ଅଞ୍ଚଳବାସୀ ଚାହିଁ ରହିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories